ଆସୁଛି ବାତ୍ୟା,ବାରଙ୍ଗପରିବାମାର୍କେଟରେ ବଢିଲା ପରିବାରେଟ୍‌

0 354

ବାରଙ୍ଗ,୩/୧୨(ଏସଏସନିୟୁଜ) ବାତ୍ୟା ଜୱାଦକୁ ନେଇ ବାରଙ୍ଗର ଡେଲିମାର୍କେଟରେ ପରିବାମୁଲ୍ୟ ଆଶାତିତଭାବେ ବୃଦ୍ଧି ହୋଇଛି ।ବ୍ୟବସାୟୀମାନଙ୍କର ମନଇଚା ମୁଲ୍ୟବୃଦ୍ଧି ଗ୍ରାହକମାନଙ୍କ ପାଇଁ ଅସନ୍ତୋଷର କାରଣ ପାଲଟିଛି ।ଶୁକ୍ରବାରସନ୍ଧ୍ୟାରେ ଝିପିଝିପି ବର୍ଷାରେ ବାରଙ୍ଗପରିବା ମାର୍କେଟରେ ଯଦିଓ ଗ୍ରାହକମାନଙ୍କର ଏତେପରିମାଣର ଭୀଡ ନଥିଲା ତଥାପି ପନିପରିବା ମୁଲ୍ୟ ଆଶାତିତଭାବେ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଥିଲା ।୩୦ରୁ୩୫ଟଙ୍କା ତଳକୁ କୈାଣସି ପରିବା ନଥିଲା ।ସବୁଠରୁ କମ ମୁଲ୍ୟ ରହିଥିଲା ଆଳୁ ,ଯାହାରକି କେଜିପିଛା ୩୦ରୁ୩୫ଟଙ୍କା ରହିଥିଲା ।କଖାରୁ୪୦,ବୋଧି୬୦,ପିଅଜ୪୫,ବାଇଗଣ୬୦ କରି ମନଇଛା ମୁଲ୍ୟ ବଢାଇଥିଲେ ବ୍ୟବସାୟୀ ।ବାତ୍ୟା ପାଇଁ ପରିବା ଅଧରକ ଦାମରେକିଣିଥିବାରୁ ଚଢାମୁଲ୍ୟରେ ପରିବା ବିକୁଥିବାର ବ୍ୟବସାୟୀମାନେ କହିଛନ୍ତି ।ତେବେ ପ୍ରସାଶନିକ ଅଧିକାରୀମାନଙ୍କର ଅଙ୍କୁଶ ନରହିବାରୁ ବ୍ୟବସାୟୀମାନଙ୍କର ମନମାନି ଚାଲିଛି । ବାରଙ୍ଗଅଂଚଳର ଏକମାତ୍ର ପରିବାଡେଲିମାର୍କେଟ,ଯେଉଠି ସତେଜ ତଟକା ପରିବା ସହ କମମୁଲ୍ୟରେ ମିଳୁଥିବାରୁ ବାରଙ୍ଗଅଂଚଳବାସୀଙ୍କ ସହ କଟକ-ଭୁବନେଶ୍ୱରଯାଉଥରବା ପଥଚାରୀମାନେ ବିଶେଷଭାବେ ଏହି ମାର୍କେଟ ଉପରେ ନିର୍ଭର କରିଥାନ୍ତି ।କିନ୍ତୁ ବ୍ୟବସାୟୀମାନଙ୍କର ଏହିଭଳି ଶୋଷଣ ମନୋଭାବକୁ ଗ୍ରାହକମାନଙ୍କ ପାଇଁଂ ଚିନ୍ତାର କାରଣ ପାଲଟିଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.