ଥଣ୍ଡା ,ଜ୍ବରଓ ଖାସ ହେଲେ ନନ୍ଦନକାନନ ପ୍ରବେଶ ମନା

0 8,004

ଭୁବନେଶ୍ବର:୧୪/୩(ଏସଏସଏନ୍) ସାରା ବିଶ୍ବରେ ନିଜର ଆତଙ୍କ ରଚିବାରେ ଲାଗିଛି କରୋନା ଭାଇରସ୍ । ଏହି ଭାଇରସ୍ ରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଥିବା ବେଳେ  କରୋନା ଭାଇରସ୍ ବିଶ୍ୱରେ ବିରଳ ପରିସ୍ଥିତି ସୃଷ୍ଟି କରିଛି ।  ଭାଇରସ୍ କୁ ନେଇ ଏବେ  କ୍ଷବ୍ଧ ହୋଇପଡିଛନ୍ତି ବିଶ୍ବ ବାସୀ ।ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି ।ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ମହାମାରୀ ରୂପେ ଘୋଷଣା କରିଛି । ଗତ ୪୫ ଦିନ ହେବ କରୋନା ଭାଇରସ ଭୟ ବିଶ୍ୱକୁ ଗୁରୁତର ଭାବେ ପ୍ରଭାବିତ କଲାଣି । କୌଣସି ଉପଚାର ଓ ଔଷଧ ନଥିବାରୁ କେବଳ ସଚେତନା ହିଁ ଆମକୁ ରକ୍ଷା କରିପାରିବ । ତେଣୁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।କରୋନା ଲାଗି ସରକାର ଆଗୁଆ ପ୍ରତିଶେଧକ ପଦକ୍ଷେପ ସ୍ୱରୂପ ଆସନ୍ତା ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ୍ ଓ ସୁଇମିଂ ପୁଲ ବନ୍ଦ ରହିବ । କେହି ବ୍ୟକ୍ତି ଯେପରି ବାହାରେ ପାନ ଛେନ ନପକାନ୍ତି ସେଥିପ୍ରତି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପଟେ କରୋନା ଭାଇରସ୍ କୁ ଦୃଷ୍ଟିରେ ରଖି ନନ୍ଦନକାନନ  ସଚେତନତା କାର୍ଯକ୍ରମ ଆରମ୍ଭ କରିଛି । ଡାକବାଜି ଯନ୍ତ୍ର ଦ୍ବାରା ପର୍ଯ୍ୟଟକ ହୁଅନ୍ତୁ ଅବା କର୍ମଚାରୀମାନେ ହୁଅନ୍ତୁ ଯାହାକୁ ଥଣ୍ଡା , ଖାସ ଓ ଜ୍ବର ହେଉଥିବ ନନ୍ଦନକାନନ ଭିତରକୁ ପ୍ରବେଶ କୁ ପ୍ରଚାର କରାଯାଇ ବାରଣ କରାଯାଇଛି ।

Leave A Reply

Your email address will not be published.