ପଜିଟିଭ୍ ସେବାୟତଙ୍କୁ ଶ୍ରୀମନ୍ଦିର ମନା

0 1,745

ଖବର ଆଜି ସକାଳର,ତାରିଖ ୩୦/୦୯/୨୦ ବୁଧବାର
୧-ଆଇପିଏଲ-୨୦୨୦ : ଦିଲ୍ଲୀର ବିଜୟରେ ଲାଗିଲା ବ୍ରେକ୍, ୧୫ ରନରେ ଜିତିଲା ହାଇଦ୍ରାବାଦ।
୨-ମାସେ ଧରି ରାଜ୍ୟରେ କୋଭିଡ୍ ଅଭିଯାନ ଚଳାଇବ ବିଜେଡି: ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କୁ ନବୀନଙ୍କ ଚିଠି।
୩-ପିଜି ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ – ଅକ୍ଟୋବର ୧୨ରୁ ଆରମ୍ଭ, ୨୨ ତାରିଖରେ ଶେଷ।
୪-ନଭେମ୍ବର ୩ ଓ ୭ରେ ୫୭ଟି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା । କେରଳ ଓ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟରାଜ୍ୟ ମାନଙ୍କରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଉତ୍ତରପ୍ରଦେଶ ୮ ଓ ମଧ୍ୟପ୍ରଦେଶରେ ସର୍ବାଧିକ ୨୭ ଟି ଆସନ ଖାଲି ।
୫-ଢେଙ୍କାନାଳ–ବଜ୍ରାଘାତ ବେଳେ ମୋବାଇଲରେ କଥା ହେବା ପଡିଲା ମହଙ୍ଗା: ମଝି ରାସ୍ତାରେ ଚାଲିଗଲା ଯୁବକଙ୍କ ଜୀବନ
୬-ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ।
୭-କରୋନା କଟକଣା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ୭ଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ କଂଗ୍ରେସର ବିରୋଧ, ବିଲ୍ ଚିରି ଦେଲେ ବିଧାୟକ ।
୮-ସ୍କୁଲ ଫି ଛାଡ଼ ମାମଲା ଶୁଣାଣି ଶେଷ: ଗଣଶିକ୍ଷା ସଚିବଙ୍କ ରିପୋର୍ଟ ଦାଖଲ, ୭ଟି ପର୍ଯ୍ୟାୟରେ ସ୍କୁଲ ଫି ଛାଡ଼ ପାଇଁ ରହିଛି ପ୍ରସ୍ତାବ।
୯-ପଜିଟିଭ୍ ସେବାୟତଙ୍କୁ ଶ୍ରୀମନ୍ଦିର ମନା । ୧୭ ଦିନ ପୂର୍ବରୁ ଯାଇପାରିବେନି ଶ୍ରୀମନ୍ଦିର । ପଜିଟିଭ ଥାଇ ଶ୍ରୀମନ୍ଦିର ଗଲେ ରୁଜୁ ହେବ ମାମଲା ।
୧୦-କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରିଥିବାରୁ ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା UNDP
୧୧-ଆଇସିଏମଆର ସେରୋ ସର୍ଭେରୁ ଚିନ୍ତାଜନକ ତଥ୍ୟ, ଅଗଷ୍ଟ ସୁଦ୍ଧା ଦେଶର ପ୍ରତି ୧୫ ଜଣରେ ଜଣେ ଆକ୍ରାନ୍ତ।
୧୨-ସେନାର ଚିନ୍ତାଜନକ ରିପୋର୍ଟ । ୯୬୦ କୋଟି ଟଙ୍କାର ନିମ୍ନମାନର ଗୋଳାବାରୁଦ କିଣିଛନ୍ତି ସରକାର । ଯାହାକୁ ବ୍ୟବହାର କରି ଯାଇଛି ୧୫୯ ଜଣ ଯବାନଙ୍କ ଜୀବନ ।
୧୩-ଚୀନ ବିରୋଧରେ ଅଷ୍ଟ୍ରେଲିଆ କରିବ ଭାରତକୁ ସହଯୋଗ’- ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ।
୧୪-ସଉରା ଲିପିକୁ ଡିଜିଟାଇଜେସନ କଲେ ଆଇଆଇଟି ଇଂଜିନିୟରିଂ ଛାତ୍ରୀ : ଏଣିକି ସୁଗମ୍ୟ ହେବ ଅନ ଲାଇନ ଓ ଡିଜିଟାଲ ଶିକ୍ଷା।
୧୫-୬ ମାସ ହେଲା ଘଣ୍ଟାକୁ ୯୦ କୋଟି ଟଙ୍କା ଆୟ କରିଛନ୍ତି ମୁକେଶ ଅମ୍ବାନି।

Leave A Reply

Your email address will not be published.