ପର୍ଯ୍ୟଟନସ୍ଥଳିରେ ପାର୍କକିଙ୍ଗ ଜୁଲୁମ୍ :ଟଙ୍କା ଦିଅ ନହେଲେ ଜାଳିଦେବୁ

0 25,824

ଭୁବନେଶ୍ବର:୯/୧୨-ପର୍ଯ୍ୟଟନ ସ୍ଥଳିରେ ବେଧଡକ ଚାଲିଛି ପାର୍କରିଙ୍ଗ ଜୁଲୁମ । ଗାଡି ଥୁଅ ଟଙ୍କା ଦିଅ । ଯଦି କେହିଁ ଗାଡି ଥୋଇବା ହେଉ ଅବା  ଟଙ୍କା ନ ଦେବାକୁ କୁହେ ତେବେ କଥା ସରିଗଲା ।କାହିଁକି ନା  ମୁଣ୍ଡ ବିଗିଡିଯାଏ  ପର୍ଯ୍ୟଟନସ୍ଥଳିରେ ବେଆଇନ ଭାବରେ ଚାନ୍ଦାଆଦାୟ କରୁଥିବା କିଛି ଯୁବକଙ୍କର । ହେଲେ ବିଡମ୍ବନାର ବିଷୟ , ନା ଏଠି ପୋଲିସ ବାବୁମାନଙ୍କର ଦେଖାଅଛି ନା ପ୍ରଶାସନ । ନିଜ ପରିବାର ଲୋକଙ୍କୁ ସାଙ୍ଗରେ ଧରି  ଏହି ପର୍ଯ୍ୟଟନସ୍ଥଳି କୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ଏମାନଙ୍କ ହାବୁଡରେ ପଡି ଶିକାର ମଧ୍ୟ ହେଉଛନ୍ତି । ବେଆଇନ ଭାବରେ ଚାନ୍ଦାଆଦାୟ କରୁଥିବା ବେଳେ ସେମାନଙ୍କୁ ଯଦି କିଛି କହୁଛନ୍ତି  ତେବେ ସିଧାସଳଖ ଗାଡି ପୋଡି ଦେବାକୁ ଧମକ ମିଳୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଗୁଣ୍ଡିଚାଘାଇ ପର୍ଯ୍ୟଟନସ୍ଥଳିରେ ।

ପ୍ରକାଶ ଯେ ,ଭୁବନେଶ୍ବରରୁ  କିଛି ପର୍ଯ୍ୟଟକ ଗୁଣ୍ଡିଚାଘାଇ ବୁଲିବାକୁ ଆସିଥିଲେ । ବୁଲିସାରିବା ବେଳେ ବେଆଇନ ଭାବରେ ଚାନ୍ଦା ଆଦାୟ କରୁଥିବା କିଛି ଯୁବକ ଚାନ୍ଦା ମାଗିଥିଲେ । ପର୍ଯ୍ୟଟକମାନେ କାହିଁ ଦେବୁ ବୋଲି କହିବାରୁ ହାଟ ଅସୁଲ ପାଇଁ ଟଙ୍କା ଦେବ ବୋଲି ଜିଦ୍ ଧରିଥିଲେ । ଏବଂ କହିଥିଲେ ଯଦି ନଦେବ ଆମେ ଗାଡି ପୋଡି ଦେବୁ ବୋଲି ଧମକ ମଧ୍ୟ ଦେଇଥିଲେ ।

ତେବେ  ହାଟ ଅସୁଲ ନାମରେ ଜବରଦସ୍ତ ପାର୍କିଂ ଆଦାୟକୁ ପର୍ଯ୍ୟଟକଙ୍କ ମହଲରେ ନିନ୍ଦା କରିବା ସହ ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.