ବିଶୋଧନ ହେଲା କଲ୍ୟାଣ ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

0 7,175

ଡେଲାଙ୍ଗ,୧୮/୪(ଏସ୍‌ଏସ୍ ନିୟୁଜ) ସାରା ବିଶ୍ୱରେ ମହାମାରୀ କରୋନା କରାଳ ରୂପନେଇଛି । ଏହି ମହାମାରୀରେ ବିଶ୍ୱରେ ଅନେକ ଜୀବନ ନେଲାଣି । ଜନସାଧାରଣ ଏହି ରୋଗରୁ ଦୂରରେ ରହିବା ପାଇଁ ସରକାର ସାରା ଦେଶରେ ଲକଡଉନ ଘୋଷଣା କରିବା ସହିତ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଉଛି । ଏହି କରୋନା ସଂକ୍ରମଣ ଦାଉରୁ ରକ୍ଷାକରିବା ପାଇଁ ଡେଲାଙ୍ଗ ବ୍ଲକର କଲ୍ୟାଣ ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରପରିସର,ଗ୍ରାମ୍ୟ ବ୍ୟାଙ୍କ,କଲ୍ୟାଣ ପୁର ବଜାର,ଯାତ୍ରୀ ବିଶ୍ରାମ ଗାର,ଏଟିଏମ, ସହିତ ସମ୍ମୁଖ ରାସ୍ତା ,ପାର୍କିଂ ସ୍ଥଳିକୁ ବିଶୋଧନ କରାଯାଇଛି । ଡେଲାଙ୍ଗ ଅଗ୍ନିସମ ବିଭାଗ ଅଧିକାରୀ ସନ୍ତୋଷନାଥ ଦାଶ ହାବିଲଦାର ଜୟରାମ ସହୁ ସମେତ ଅଗ୍ନିସମ କର୍ମଚାରୀଙ୍କୁ ନେଇ କେମିକାଲ ମିଶ୍ରୀତ ପାଣି ଛିଚଂନ କରି ବିଶୋଧନ କରିଥିଲେ । ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର କୁମାର ଅଚାରିଆ,ଆଇଆଇସି ରଶ୍ମୀରଂଜନ ପଟ୍ଟନାୟକ ଓ ବିଡିଓ କ୍ଷୀରୋଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବିଶୋଧନ କରାଯାଇଛି ।ଏହା ପୂର୍ବରୁ ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ,ଡେଲାଙ୍ଗ ବଜାର,ଘୋରଡିଆ ବଜାର,ୟୁକୋ ବ୍ୟାଙ୍କ ,ଏସବିଆଇ ବ୍ୟାଙ୍କ ,ଆନ୍ଦ୍ରାବ୍ୟାଙ୍କ ,ବିଶ୍ୱାନଥ ପେଟ୍ରୋଲ ପମ୍ପ,ଡେଲାଙ୍ଗ ଥାନା ଓ ବ୍ଲକ କାର୍ଯ୍ୟାଳୟକୁ ବିଶୋଧନ କରାଯାଇଥିଲା ।

Leave A Reply

Your email address will not be published.