ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

0 2,899

ବାରଙ୍ଗ,୧/୧୦(ଏସ ଏସ ନିୟୁଜ )ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ନନ୍ଦନକାନନ ଥାନା ଅଧୀନରେ ଥିବା ପଦାସାହି ଗ୍ରାମ ଭଗବତୀନଗର ଉପରସାହି ରେ ଗୁରୁବାର ସକାଳେ ଜଣେ ବିବାହିତ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।ଏହା ଆତ୍ମହତ୍ୟା ନୁହେ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର ଲୋକ । ପୋଲିସ ଅଭିଯୋଗ ପାଇବା ପରେ ସ୍ଵାମୀକୁ ଅଟକ ରଖି ଥିବାର ଜଣାପଡିଛି ।
ପ୍ରକାଶ ଯେ , ଭଗବତୀ ନଗର ଉପରସାହି ର ମହେନ୍ଦ୍ର ଭୋଇ ଙ୍କ ଝିଅ କମଳା ୯ବର୍ଷ ତଳେ ଏହି ଗ୍ରାମର ଜଗନ୍ନାଥ ସାମଲକୁ ପ୍ରେମ ବିବାହ କରିଥିଲେ ।ଗୁରୁବାର ସକାଳେ କମଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଜଗନ୍ନାଥଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ । କିନ୍ତୁ ଏହି ଆତ୍ମହତ୍ୟା ଘଟଣ।କୁ କମଳାଙ୍କ ପରିବାର ଲୋକ ଅସ୍ଵୀକାର କରି ହତ୍ୟା କରିଥିବାର କହିବା ସହ ନନ୍ଦନକାନନ ଥାନାରେ ଜଗନ୍ନାଥଙ୍କ ପରିବାର ଲୋକ ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗ ପାଇବା ପରେ ପୋଲିସ ମୃତଦେହକୁ ବ୍ୟବଛେଦ ପାଇ ପଠାଇବା ସହ ୭0/୨୦କେସ ନମ୍ବର ରେ ହତ୍ୟା ମାମଲା ଋଜୁକରି ସ୍ଵାମୀ ଜଗନ୍ନାଥକୁ ଅଟକ ରଖିଥିବାର ଜଣାପଡିଛି ।(ବାରଙ୍ଗରୁ ଗୌତମ ରାଉତ ଙ୍କ ରିପୋର୍ଟ )

Leave A Reply

Your email address will not be published.