ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ୍, ସ୍କୁଲ୍ ଓ ମନ୍ଦିରରେ ତାଲା

0 1,654

ରାଜ୍ୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ୍, ସ୍କୁଲ୍ ଓ ମନ୍ଦିରରେ ତାଲା
-କେନ୍ଦ୍ର ସରକାରଙ୍କ ଅନଲକ୍ ୫.୦ ଗାଇଡଲାଇନ୍ ପରେ ଆଜି ରାଜ୍ୟ ସରକାର ନିଜସ୍ୱ ଗାଇଡଲାଇନ୍ ଜାରି କରିଛନ୍ତି।

-କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ଜାରି ରହିବ।
-ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିସନର କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ।
-କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ
-ରାଜ୍ୟରେ ସମସ୍ତ ମନ୍ଦିର ଓ ପୂଜାସ୍ଥଳ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ।
-ସିନେମା ହଲ୍, ସୁଇମିଂ ପୁଲ୍, ପ୍ରମୋଦ ଉଦ୍ୟାନ, ଥିଏଟର ଆଦି ଅକ୍ଟୋବରରେ ବନ୍ଦ।
-ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର ମଧ୍ୟ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଖୋଲିପାରିବ ନାହିଁ।
-କେବଳ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଖାତାଦେଖା ପାଇଁ ସ୍କୁଲ୍, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଖୋଲିପାରିବ।
-ଅନଲାଇନ୍ ଜରିଆରେ ପୂର୍ବଭଳି ଶିକ୍ଷାଦାନ ଚାଲୁରହିବ। ଅଧା ଶିକ୍ଷକ ଓ ଅଣ ଶିକ୍ଷକ ସ୍କୁଲ୍ ଓ କଲେଜ ଆସିପାରିବେ।
-ସମସ୍ତ ପ୍ରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ କଟକଣା ଲଗାଯାଇଛି।
-ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ ସଭାକୁ ଏକାଠି ହେବାକୁ ମନା କରାଯାଇଛି।
-ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଅତି ବେଶିରେ ୧୦୦ ଲୋକ ଏକାଠି ହେବାକୁ ଅନୁମତି ଦିଆଯାଇଛି।
-ମାସ୍କ, ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ। ଆରୋଗ୍ୟ ସେତୁ ଆପ୍ ଡାଇନଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.