ଆଜିର ସୁବିଚାର

ତାରିଖ : ୦୪/୦୧/୨୦୨୧,ସୋମବାର

0 529

➡️ଆଜିର ଏହି ସ୍ୱାର୍ଥପର ଏବଂ ଅସୁରକ୍ଷିତ ଦୁନିଆରେ ବନ୍ଧୁଟିଏ ବାଛିବା କଷ୍ଟକର I କେବଳ ନିରାକାର ଭଗବାନଙ୍କ ଛଡା ଅନ୍ୟ କାହାର ବନ୍ଧୁ ହେବାର ଯୋଗ୍ୟତା ନାହିଁ I କିନ୍ତୁ ଏହି ସଂସାରରେ ବଞ୍ଚିବାକୁ ହେଲେ, ଜୀବନକୁ ସୁଖମୟ କରିବା ପାଇଁ ବନ୍ଧୁ କରିବା ଏବଂ ବନ୍ଧୁତ୍ୱ ବଜାୟ ରଖିବା ଆବଶ୍ୟକ I

➡️ଶ୍ରୀକୃଷ୍ଣଙ୍କ ଭଳି ବନ୍ଧୁ କଲେ ତୁମର ବିଜୟ ସୁନିଶ୍ଚିତ I

➡️କର୍ଣ୍ଣ ଭଳି ବନ୍ଧୁ କଲେ, ତୁମର ବନ୍ଧୁତ୍ୱରେ ପୂର୍ଣ୍ଣତା ଆସିଯିବ I ତୁମର କିଛି ଭୂଲ ଥିଲେ ମଧ୍ୟ ସେ ତୁମ ସହ ଛିଡା ହେବେ ।

ସୁଦାମା ଭଳି ବନ୍ଧୁ କରିଲେ, ଜୀବନରେ ବହୁତ ଶିକ୍ଷା ମିଳିବ I ନିଜର ଦାରିଦ୍ରତା କେବେ ତାଙ୍କର ସ୍ୱାଭିମାନକୁ ଛଡାଇ ପାରି ନଥିଲା I

➡️ସୁଗ୍ରୀବ ଭଳି ବନ୍ଧୁ ଆଜିର ଦୂନିଆରେ ବିରଳ I ରାଜ ଗଦି ଛାଡି ବନ୍ଧୁ ଶ୍ରୀରାମଙ୍କ ପାଇଁ ଯୁଦ୍ଧ କରିବା ଅବିସ୍ମରଣୀୟ I

ଶୁଭ ସକାଳ,ଜୟ ଶ୍ରୀକୃଷ୍ଣ।

Leave A Reply

Your email address will not be published.