ଆଜି ସକାଳର ଖବର

0 4,098

ଖବର ଆଜିର,ତାରିଖ ୨୫/୦୯/୨୦ ଶୁକ୍ରବାର
୧-ରାହୁଲ୍‌ଙ୍କ ୧୩୨, ଆରସିବିକୁ ହରାଇଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ।
୨-ଆଜି ଭାରତ ବନ୍ଦ, କୃଷି ବିଲ୍‌କୁ ବିରୋଧ କରି ରାସ୍ତାରୋକ ଓ ରେଳରୋକ‌ ଡାକରା।
୩-ସେୟାର ବଜାର ଉପରେ ବଡ଼ ବିପର‌୍ୟ୍ୟୟ । କ୍ରମାଗତ ୬ ଦିନ ଧରି ବଜାରରେ ମାନ୍ଦାବସ୍ଥା । ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟି ହରାଇଲେ ନିବେଶକ।
୪–ଫିଟ୍ ଇଣ୍ଡିଆ ଡାଇଲଗରେ ଫିଟନେସ ଆଇକନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ୟୋ ୟୋ ଟେଷ୍ଟ ନେଇ ବିରାଟ କୋହଲିଙ୍କୁ ମୋଦୀଙ୍କ ପ୍ରଶ୍ନ । ସେପଟେ ୫୫ବର୍ଷୀୟ ମିଲିନ୍ଦଙ୍କୁ ପଚାରିଲେ ଫିଟ ରହିବାର ରହସ୍ୟ।
୫-ଜମ୍ମୁ-କାଶ୍ମୀର : ଆଇନଜୀବୀ ବାବର କାଦରୀଙ୍କୁ ଗୁଳିକରି ହତ୍ୟା, ଟିଭି ବିତର୍କରେ କାଶ୍ମୀର ଉପରେ ରଖୁଥିଲେ ମତ।
୬-ଗାୟକ ଏସ.ପି.ବାଲସୁବ୍ରମଣିଅମ ଗୁରୁତର, ଜୀବନ ରକ୍ଷାକାରୀ ପ୍ରଣାଳୀରେ ଚାଲିଛି ଚିକିତ୍ସା।
୭-ମାଲକାନଗିରି–ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଂଚ ଓ ଶିଶୁଙ୍କୁ ଖାଦ୍ୟ ଦେବାକୁ ଜୀବନକୁ ବାଜି ଲଗାଇଲେ ଦୁଇ ଅଙ୍ଗନବାଡି ଦିଦି; ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ପାରି ହେଲେ ଭରା ନଈ.।
୮-ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବି ସମନ ପରେ ଗୋଆରୁ ମୁମ୍ବାଇ ଫେରିଲେ ସାରା ଅଲ୍ଲୀ ଖାନ । ଦୀପିକା ପାଦୁକୋନ ବି ଫେରିଲେ ମାୟାନଗରୀ।
୯-ବଲିଉଡ୍‌ରେ ନିଶା କାରବାର : ଓଡ଼ିଶାରେ ଇଡିର ଖୋଳତାଡ଼।
୧୦-ରାଜ୍ୟରେ କରୋନା ସଂକ୍ରମଣ, ମୃତ୍ୟୁ ଉପରମୁହାଁ; ପଜିଟିଭ୍ ସଂଖ୍ୟା ୨ ଲକ୍ଷ ଟପିବ।
୧୧-ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କର ମୃତ୍ୟୁ । ୧୯୮୬ରେ ଭାରତ ବିରୋଧରେ ଖେଳିଥିଲେ ଶାନଦାର୍ ୨୧୦ ରନର ପାଳି ।
୧୨-ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ‘କ୍ୟାପିଟାଲ ଆଇ’।
୧୩-୪୫୦ ଟଙ୍କାରେ ଆଣ୍ଟିଜେନ ପରୀକ୍ଷା ବିବାଦ : କଟକରେ ଘରୋଇ କୋଭିଡ୍ ପରୀକ୍ଷା ବନ୍ଦ।
୧୪-ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଉପୁଜିଲାଣି ନୂଆ ସନ୍ଦେହ, ହାରିଲେ ହୋଇନପାରେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର।

Leave A Reply

Your email address will not be published.