ଏନ୍‌କାଉଣ୍ଟରରେ ଆଖି ବୁଜିଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍

0 570

କଟକ,୨୪/୭(ଏସଏସନିୟୁଜ) ପୁଲିସ୍ ଏନକାଉଣ୍ଟରେ ଆଜି କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ ର ମୃତ୍ୟୁ ହୋଇଛି । ଚୌଦ୍ୱାରରୁ ବାରିପଦା ଜେଲ୍ କୁ ନିଆଯାଉଥିବା ବେଳେ ପରିସ୍ରା ବାହାନାରେ ହାଇଦର୍ ଖସି ଯିବାକୁ ଉଦ୍ୟମ କରିଥିଲା ।ଫଲରେ ପୋଲିସ୍ ଗୁଳି ଚଳାଇଥିବାବେଳେ ହାଇଦର୍ ର ପେଟରେ ଗୁଳି ବାଜିଥିଲା। ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିଲା । ଡାକ୍ତରଖାନାରେ ପ୍ରାୟ ୪ ମିନିଟ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ହାଇଦରଙ୍କ ମୃତଦେହକୁ ଆଶୁ ଚିକିତ୍ସା ବିଭାଗରୁ ଶବବ୍ୟବଚ୍ଛେଦ ଗୃହକୁ ନିଆଯାଇଛି। ଆସନ୍ତାକାଲି ପୁରା କଡା ସୁରକ୍ଷା ମଧ୍ୟରେ ହାଇଦରର ଶବ ବ୍ୟବଚ୍ଛେଦ କରାଯିବ ଏହା ପରେ ହାଇଦରର ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ତେବେ ହାଇଦର୍ ର ମୃତ୍ୟୁ ପରେ ତାର ଗାଁକୁ ପୁଲିସ୍ ଛାଉଣି ସହ ପୁଲିସ୍ ର କଡ଼ା ପହରା ଭିତରେ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.