କରୋନା ଫଣ୍ଡକୁ ୧ଲକ୍ଷ ଟଙ୍କା ଦାନ

0 2,741

ସାକ୍ଷୀଗୋପାଳ, ୩/୧୦(ଏସ ଏସ ନିୟୁଜ)-କରୋନା ମହାମାରୀ ରେ ସଂକ୍ରମଣ ଙ୍କ ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ଛତୁ ଉତ୍ପାଦନ କାରୀ ମହାସଂଘ ଶନିବାର ପୁରୀ ଅତିରିକ୍ତ ଜିଲ୍ଲାପାଳ (ରାଜଶ୍ବ) ସୁବାଷ ଚନ୍ଦ୍ର ନାଥ ଶର୍ମା ଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟାଙ୍କ ଚେକ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ଼ -୧୯ ପରିଚାଳନା ପାଇଁ ମହସଂଘର ଛତୁଚାଷୀ ମାନେ ସ୍ବେଚ୍ଛାକୃତ ଦାନ କରିଥିବା ମହାସଂଘ ରାଜ୍ୟ ଅଧ୍ୟକ୍ଷ ପ୍ରଫେସର ଆଦୈତ ପ୍ରସାଦ ପାତ୍ର କହିଛନ୍ତି। ଅଧ୍ୟକ୍ଷ ଶ୍ରୀ ପାତ୍ର ଙ୍କ ସହିତ ରାଜ୍ୟ ସମ୍ପାଦକ ସୁଵାଷ ଦାସ, ପୁରୀ ଜିଲ୍ଲା ସଭାପତି ତ୍ରିନାଥ ଗୁରୁ, ସାଧାରଣ ସମ୍ପାଦକ ଶଙ୍କର ପ୍ରଧାନ, ସତ୍ୟବାଦୀ ସଭାପତି ଦେଵଦତ ସ୍ବାଇଁ, ନିମାପଡା ସଭାପତି ମନୋରଞ୍ଜନ ଦାସ, ପିପିଲି ସଭାପତି ଲକ୍ଷ୍ମଣ ବସ୍ତିଆ, ବ୍ରହ୍ମଗିରି ସମ୍ପାଦକ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସହାୟତା ଯୋଗାଇ ଦେଇଥିଲେ।( ସାକ୍ଷୀଗୋପାଳରୁ କାଳୀପ୍ରସାଦ ମହାପାତ୍ର,ଙ୍କ ରିପୋର୍ଟ)

Leave A Reply

Your email address will not be published.