କୁଆଖାଇ ନଦୀପଠାରୁ ଧରାପଡିଲା ୨ଟ୍ରାକ୍ଟର

0 7,064

ବାରଙ୍ଗ,୨୮/୨(ଏସଏସନିୟୁଜ)ବାଲିପଡା ରାଜସ୍ୱନିରିକ୍ଷକଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଅଳ୍ପ କେତଟା କିଲୋମିଟର ଦୁରତାରେ ଚାଲିଥିଲା କୁଆଖାଇ ନଦୀପଠାରୁ ବାଲିଚୋରୀ । ଦିନଦ୍ୱିହିପହରରେ ଏହି ବାଲିଚୋରୀ ହେଉଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲେ ରାଜସ୍ୱନିରିକ୍ଷକ କାର୍ଯ୍ୟାଳୟର କର୍ମଚାରୀ ।ସରକାରଙ୍କ ତହବିଲକୁ ରାଜସ୍ୱବୃଦ୍ଧି କରାଇବା ବଦଳରେ ନିଜ ତହବିଲ ବୃଦ୍ଧି ହେଉଥବାରୁ ଆଖିବୁଜିଦେଇଥିଲେ ଅଧିକାରାମାନେ ।

ଯାହାର ସ୍ୱଚକ୍ଷୁ ପ୍ରମାଣ ଶୁକ୍ରବାରସକାଲେ ନନ୍ଦନକାନନଥାନା ପୋଲିସ କଲ୍ୟାଣପୁର ଗ୍ରାମୁଣ୍ଡରେ ଚାଲିଥିବା ବେଆଇନ ବାଲିଘାଟରୁ ଟ୍ରାକ୍ଟରଦୁଇଟିକୁ ଜବତ କରିବା ପରେ ଜଣାପଡିଥିଲା ।କାହାର ଇଙ୍ଗିତରେ ଏହି ବାଲିଉଠା ଯାଉଥିଲା ଓ କିଏ ପରଦା ପଛରେ ରହି ପ୍ରୋସାହନ ଦେଉଥିଲେ ତାହା ଏବେ ପାଂଚପଂଚାୟତ ଅଂଚଳରେ ଚର୍ଚ୍ଚା ଯୋରଧରିଛି ।କେବଳ ଏତିକି ନୁହେଁ ପାଖରେ ରହିଥିବା ସ୍ୱସ୍ତିବନରେ ଏହି ବେଆଇନବାଲିଘାଟରୁ ଆସି ୭୦/୮୦ଟ୍ରାକ୍ଟର ବାଲି ଗଛିତ ରହିଥିବାର ଦେଖିବାକୁ ମିଳିଛି ।ବେଆଇନଭାବେ ବାଲିଉଠାକୁ ଗ୍ରାମବାସୀମାନେ ସହ୍ୟ କରିଥିବାବେଲେ ସ୍ୱସ୍ଥିବନରେ ବାଲିଗଛିତକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରିନଥିଲେ । ଗ୍ରାମବାସୀମାନେ ନନ୍ଦନକାନନ ଥାନାରେ କହିବାପରେ ପୋଲିସ ଶୁକ୍ରବାରଦିନ ବେଆଇନବାଲିଘାଟ ଉପରେ ଚଢାଉ କରି ଓଡି୦୨ଏମ-୬୫୧୯ ଓ ଓଡି୦୨ଏମ-୬୨୦୫ନଂ ଟ୍ରାକ୍ଟର ଦୁଇଟିକୁ ଜବତ କରିଥିଲେ ମଧ୍ୟ ଚାଳକଦ୍ୱୟ ଖସି ପଳାଇଥିଲେ ।ସ୍ୱସ୍ତିବନରେ ବାଲିଗଛିତ ହେବାସହ ଟ୍ରାକ୍ଟରଦୁଇଟିକୁ ଥାନାରେ ଆଣି ଅଟକ ରଖିବା ବିଷୟରେ ନନ୍ଦନକାନନ ଥାନା ପକ୍ଷରୁ ବାଲିପଡା ରାଜସ୍ୱନିରିକ୍ଷକଙ୍କୁ ଜଣାଇଦିଆଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.