ଖଣିମାଫିଆଙ୍କ ଅରାଜକତା,ଗ୍ରାମବାସୀଙ୍କ ସ୍ମାରକପତ୍ର

0 2,591

ଡେଲାଙ୍ଗ, ୨୯ା୯( ଏସଏସନିୟୁଜ) ଚୋରା ପଥରଖଣି ବନ୍ଦ କରିବା ଦାବି ନେଇ ଡେଲାଙ୍ଗ ଥାନା ଅଞ୍ଚଳର ଗୋଡ଼ିପୁଟ ମାଟିଆପଡ଼ା ପଞ୍ଚାୟତ ବରପଦା ଗ୍ରାମବାସୀ ମଙ୍ଗଳବାର ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗ୍ରାମ କମିଟି ସଭାପତି ବୁଲା ରାଉତ, ଦୟାନିଧି ବେହେରା, ମନୁ ନାୟକ ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କ ସହ ସିପିଆଇ (ଏମ୍‌ଏଲ୍‌)ର ଜିଲ୍ଲା ସଂପାଦକ ଅଶୋକ ପ୍ରଧାନ, ରାଜ୍ୟ କମିଟି ସଭ୍ୟ କିଶାନ ପଟ୍ଟନାୟକ, ତ୍ରିଲୋଚନ ବେହେରା ପ୍ରମୁଖ ତହସିଲଦାର ରାଜେନ୍ଦ୍ର ଆଚାରୀଆଙ୍କୁ ସ୍ମାରକପତ୍ର ପ୍ରଦାନ କରି ପ୍ରତିକାର ନିମନ୍ତେ ନିବେଦନ କରିଛନ୍ତି । ରାଜସ୍ୱ ବିଭାଗ ଅଧୀନରେ ଥିବା ଜମିରୁ ଖଣି ମାଫିଆମାନେ ବେଆଇନ ଭାବେ ପଥର ଉଠାଇ ଅଞ୍ଚଳକୁ ଖାଲୁଆ କରିଥିଲେ । ଏଥିମଧ୍ୟରୁ ୯୨ ଏକର ସରକାରୀ ଜମିର ଖାଲଖମା ସମତୁଲ କରି ଗ୍ରାମ କମିଟି ପକ୍ଷରୁ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା । ଗ୍ରାମର କିଛି ଖଳ ପ୍ରକୃତିର ଲୋକଙ୍କୁ ହାତ ବାରିସି କରି ଖଣି ମାଫିଆମାନେ ଗଛ କାଟି ନେବା ସହ ସମତୁଲ ଭୂମି ଖାଲ କରି ପଥର ଚୋରା ଚାଲାଣ କରିଥିବାରୁ ଗୋରୁ ଗାଈ ଚରିବାରେ ସମସ୍ୟା ଦେଖା ଦେଇଛି । ଏନେଇ ଡେଲାଙ୍ଗ ତହସିଲ୍‌ଦାର ରାଜେନ୍ଦ୍ର ଆଚାରୀଆ ଓ ଡେଲାଙ୍ଗ ଥାନାଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ସମସ୍ୟାର ସମାଧାନ ଓ ଖଣିମାଫିଆଙ୍କ କବଳରୁ ସରକାରୀ ଜମିକୁ ସୁରକ୍ଷା ପ୍ରଦାନ ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.