ଚନ୍ଦକା ଅଂଚଳରେ ମିଳୁନି ଇଉରିଆ,ଦୁର୍ଦ୍ଦଶାରେ ଚାଷୀ

0 4,250

ଚନ୍ଦକା,୧/୧୦(ଏସ୍‌.ଏସ୍‌.ନିୟୁଜ)ଚନ୍ଦକାଅଂଚଳରେ ଏବେ ଇଉରିଆ ସାରର ଅଭାବ ଦେଖାଦେଇଛି ।ଅଧିକ ଅମଳକ୍ଷମ ଧାନଚାଷ କରିଥିବା ଚାଷୀ ଚାଷକ୍ଷେତରେ ସାର ପ୍ରୟୋଗ କରିନପାରି ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ।ମେଣ୍ଢାଶାଳଠାରେ ଥିବା ଖୋର୍ଦ୍ଧାକେନ୍ଦ୍ରସମବାୟବ୍ୟାଙ୍କ ଶାଖା ରହିଛି ।ଏହି ବ୍ୟାଙ୍କ ଅଧିନରେ ଚନ୍ଦକା ଅଂଚଳର ଛଅଗୋଟି ସେବାସମବାୟ ସମିତି କାର୍ଯ୍ୟକରୁଛି । ଗତସପ୍ତାହରେ ମେଣ୍ଢାଶାଳ ସେବା ସମବାୟସମିତିକୁ ୧୩୫ବସ୍ତା, ଅରିଶଲ ସେବାସମବାୟସମିତିପାଇଁ ୧୩୫ବସ୍ତା,ଅଙ୍ଗାରପଡା ସେବାସମବାୟସମିତିପାଇଁ ୧୭୦ବସ୍ତା ଇଉରିଆ ସାର ବ୍ୟାଙ୍କ ତରଫରୁ ପହଁଚାଯାଇଥିଲା । ବସ୍ତାପ୍ରତି ୨୦୦ଟଙ୍କା ଦରରେ ଚାଷୀମାନେ ଅଧାରକାର୍ଡ ଦେଇ ଗୋଟିଏ ଦିନରେ ସମସ୍ତସାର କିଣି ନେଇଥିଲେ ।ଏହାଦ୍ୱାରା ୩୦%ଚାଷୀ ସାରକିଣିଥିବାବେଳେ ୭୦%ଚାଷୀ ସାର ପାଇପାରିନାହାନ୍ତି ।ସମବାୟବ୍ୟାଙ୍କ ସୁତ୍ରରୁ ଜଣାପଡିଛି ଯେ,କଂଟାବାଡ ସେବାସମବାୟସମିତି. ସିମୁଳିପାଟଣା ସେବା ସମବାୟସମିତି, ମଳିପଡା ସେବା ସମବାୟସମିତି ସାର ଉଠାଇପାରିନଥିବାରୁ ସେହି ଅଂଚଳର ଚାଷୀ ସୁଲଭ ମୁଲ୍ୟରେ ସାର ପାଇପାରିନାହାନ୍ତି ।ପୁର୍ବରୁ ତିନଟି ସେବାସମବାୟସମିତି ମାଧ୍ୟମରେ ଡି.ଏପି ୫୦କେଜିବସ୍ତାପ୍ରତି ୧୨୦୦ଟଙ୍କା,ପଟାସ ସାର ୫୦କେଜିବସ୍ତାକୁ ୮୭୫ ଟଙ୍କା,ଇଉରିଆ ସାର୫୦କେଜିବସ୍ତା ପ୍ରତି ୨୭୦ଟଙ୍କା ମୁଲ୍ୟରେ ବିକ୍ରି କରାଯାଇଛିା ସମସ୍ତ ସେବା ସମବାୟସମିତି ମାଧ୍ୟମରେ ଅଧିକ ଇଉରିଆ ସାର ଯୋଗଇ ଦେବା ପାଇଁ ଅଂଚଳର ଚାଷୀମାନେ ଦାବୀ କରିଛନ୍ତି । (ଚନ୍ଦକାରୁ ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.