ଚାଲିଯାଇଛି ‘ଗୋନି’ ଆସୁଛି…

ଖବର ଆଜିର ତାରିଖ ୦୩-୧୧-୨୦ ମଙ୍ଗଳବାର

0 372

ଖବର ଆଜିର ତାରିଖ ୦୩-୧୧-୨୦ ମଙ୍ଗଳବାର।
୧-ଆରସିବିକୁ ୬ ଓ୍ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ଲେ-ଅଫରେ କଲା ପ୍ରବେଶ ।
୨-ଆଜି ଭୋଟ । ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରିବ ଉପନିର୍ବାଚନ ।।
୩-ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ଟ୍ରମ୍ପ ଓ ବାଇଡେନଙ୍କ ଭିତରୁ କାହାକୁ ବାଛିବେ ଆମେରିକା ଜନତା ?
୪-ସ୍ପଟ୍ ଆଡମିଶନ ପାଇଁ ନୋଟିସ୍ । ଯୁକ୍ତ ୩ ପ୍ରଥମ ବର୍ଷର ସ୍ପଟ୍ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ ।
୫-କ୍ବାରେଣ୍ଟାଇନ୍‌ରେ WHO ମୁଖ୍ୟ, କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।
୬-ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ତାଙ୍କ ଧର୍ମପତ୍ନୀ କରୋନା ପଜିଟିଭ ।
୭-ହାଇକୋର୍ଟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ୩ ଡିଇଓଙ୍କ କ୍ଷମା ପ୍ରାର୍ଥନା ।
୮-କଟକ ସହରରେ ଆରମ୍ଭ ହେଲା ସେରୋ ସର୍ଭେ : କରୋନା ସଂକ୍ରମିତ ହୋଇଥିବା ଅଂଚଳରୁ କରାଯାଉଛି ସାମ୍ପଲ ସଂଗ୍ରହ; ଆସନ୍ତା ୫ ତାରିଖ ଯାଏଁ ଚାଲିବ ସର୍ଭେ ।
୯-ଭିଜିଲାନ୍ସ ସଚେତନତା ସପ୍ତାହ ଉଦ୍‌ଯାପିତ : ଭୁବନେଶ୍ୱର ଡିଭିଜନ୍ ଶ୍ରେଷ୍ଠ ।
୧୦-କୋଭିଡ୍ ଟୀକା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ । ରାଜ୍ୟରେ ୮୯ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ତଥ୍ୟ ସଂଗ୍ରହ ।
୧୧-ଓଡ଼ିଶାରେ ଜିଏସ୍‌ଟି ଆଦାୟ ୨୧% ବଢ଼ିଲା ।
୧୨-ଜିଏସଟି ଆଦାୟ, ପେଟ୍ରୋଲ-ଡିଜେଲର ବିକ୍ରି ଓ ଗାଡ଼ି ବିକ୍ରିକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଟ୍ରାକକୁ ଫେରୁଛି ଦେଶର ଅର୍ଥନୀତି । ବିଶେଷଜ୍ଞ କହିଲେ ମିଳୁଛି ଖୁବ ଭଲ ସଂକେତ ।
୧୩-ଦିଲ୍ଲୀର ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ : ପ୍ରଥମେ ଭିଡିଓ ସୁଟ୍ କରି ଭାଇରାଲ୍ କରିଥିବା ଯୁବକ, ତାଙ୍କ ସହ କରିଛନ୍ତି ଠକେଇ .।
୧୪-ଚାଲିଯାଇଛି ‘ଗୋନି’, ପଛରେ ଛାଡି ଯାଇଛି ଯନ୍ତ୍ରଣା, ଆସୁଛି ଆଉ ଏକ ବାତ୍ୟା .।
୧୫-ଖୋଲାରେ ବିକ୍ରି ହେବ ନାହିଁ ବିଡ଼ି-ସିଗାରେଟ; ଦିଲ୍ଲୀ ସରକାର ଜାରି କଲେ ନିର୍ଦେଶ ।
୧୬-ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଚିଲିକାର ପରିବେଶ ଏବେ ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖମରିତ ହୋଇଛି।
୧୭-ଏଣିକି ଇପିଏଫ୍ ପେନସନ୍ ଉପଭୋକ୍ତା ଯେକୌଣସି ମାସରେ ଦାଖଲ କରିପାରିବେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ।
୧୮-ଚୀନ ତିଆରି କଲା ଦୁନିଆର ସବୁଠୁ ବଡ ଏୟାର ଲଞ୍ଚ ମିସାଇଲ୍, ଭାରତ-ଆମେରିକା ପାଇଁ ସାଜିପାରେ ବିପଦ
୧୯-ଏମ୍‌ପିଏଲ୍ ଭାରତୀୟ କ୍ରିକେଟ୍ ଦଳର ପୋଷାକ ପ୍ରାୟୋଜକ ।
୨୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ହିଞ୍ଜିକିକାଟୁ, ଛତ୍ରପୁର ଓ ଭୁବନେଶ୍ୱରଠାରେ ତିନୋଟି କ୍ରୀଡ଼ା ପ୍ରକଳ୍ପର ଉଦ୍‌ଘାଟନ ।
୨୧-ଅନ୍‌ଲାଇନ୍‌ରେ ନନ୍ଦନକାନନ ପଶୁପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ପଶୁପ୍ରେମୀ ।
୨୨-୧୦ ଲକ୍ଷ ଲୋକଙ୍କୁ ଚାକିରି ଦେଲେ ଯଦି ଟଙ୍କା କମ ପଡେ ତେବେ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ବେତନ କାଟି ଦରମା ଦେବୁ: ତେଜସ୍ଵୀ ଯାଦବ ।
୨୩-କ୍ରିକେଟକୁ ବାଏ ବାଏ କହିଲେ ସେନ ୱାଟସନ । କ୍ରିକେଟର ସବୁ ଫର୍ମାଟରୁ ନେଲେ ସନ୍ୟାସ । ୨୦୨୧ରେ ଖେଳିବେନି ଆଇପିଏଲ ।

Leave A Reply

Your email address will not be published.