ଟଙ୍କା ପାଇଲେ ପବିତ୍ର

0 7,609

ଭୁବନେଶ୍ୱର,୨୮/୧୧- ସତ୍ୟସନ୍ଧାନର ମହାପ୍ରଭାବ । ବ୍ୟାଙ୍କରୁ ଟଙ୍କା ଗାଏବ ସର୍ମ୍ପକିତ ଖବର ପ୍ରକାଶନ ପରେ ଚେଇଁ ଉଠିଥିଲେ ବ୍ୟାଙ୍କ କର୍ତୁପକ୍ଷ । ନିଜର ଭୁଲକୁ ସ୍ୱିକାର କରିବା ସହ ଗାଏବ ଟଙ୍କାକୁ ଆକାଉଂଟକୁ ଫେରାଇଦେଇଛନ୍ତି । ଯାହାଫଳରେ ଅଭାବି ଲୋକଟି ର ସରକାରୀ ଯୋଜନାରେ ମିଳିଥିବା ଟଙ୍କା ପୁଣି ଫେରି ପାଇଥିବାରୁ ସତ୍ୟସନ୍ଧାନ କୁ ଧନ୍ୟବାଦ ଦେଇଛନ୍ତି ।

ଘଟଣା ଥିଲା ଏମିତି । ନନ୍ଦନକାନନରେ ଗାଇଡ କାମ କରି ନିଜ ପରିବାର ଗୁଜରାଣ ମେଂଟାଉଥିବା ଦାରୁଠେଙ୍ଗ ଗ୍ରାମର ପବିତ୍ରପ୍ରଧାନ ବାରଙ୍ଗ ୟୁକୋବ୍ୟାଙ୍କ ରେ ଆକାଉଂଟ ନମ୍ବର ୦୫୮୦୦୧୧୦୦୦୩୨୨୦ରେ ଖାତା ରହିଛି । ମାର୍ଚ୍ଚ୨୨ତାରିଖରେ ୫୦ହଜାରେ ଟଙ୍କା ଉଠାଇ ବ୍ୟାଙ୍କକୁ ଆଉ ଯାଇନଥିଲେ । ଗତ ଶୁକ୍ରବାରଦିନ ତାଙ୍କ ଆକାଉଂଟକୁ ସରକାରୀ ଅନୁଦାନ କାଳିଆ ଯୋଜନା ଓ ମୋଦୀ ଯୋଜନାରେ ମିଳିବାକୁ ଥିବା ଟଙ୍କା ଆସିଛି କି ନାହିଁ ଦେଖିବା ପାଇଁ ଯାଇଥିଲେ ।୧୧ହଜାରେ ୯୦୪ଟଙ୍କା ବ୍ୟାଙ୍କ ଖାତାକୁ ଆସିଥିଲା ସତ କିନ୍ତୁ ଆକାଉଂଟର ଟଙ୍କା ନଥିବାରୁ କିଏ ଉଠାଇନେଇ ଥିବାର ଜାଣିବାକୁ ପାଇଥିଲେ । ଏହାପରେ ବ୍ୟାଙ୍କର ସମସ୍ତ କର୍ମଚାରୀମାନଙ୍କୁ ଜଣାଇଥିଲେ ମଧ୍ୟ ପବିତ୍ର କଥାକୁ କେହି ଗୁରୁତ୍ୱ ଦେଇନଥିଲେ । ପରେ ଗ୍ରାମର କିଛି ଯୁବକ ପବିତ୍ରକୁ ନ୍ୟାୟଦେବା ଉଦ୍ଦେଶ୍ୟରେ ସୋମବାର ଦିନ ବ୍ୟାଙ୍କ ମ୍ୟାନେଜରକୁ ଭେଟିଥିଲେ ।କିନ୍ତୁ ବ୍ୟାଙ୍କ ପକ୍ଷରୁ ଆଇନର ଆଶ୍ରୟନେବାକୁ କୁହାଯିବାପରେ ବାରଙ୍ଗଥାନାରେ ପବିତ୍ର ଅଭିଯୋଗ କରିଥିଲେ । ଏ ସର୍ମ୍ପକିତ ଖବର ମଙ୍ଗଳବାରଦିନ ସତ୍ୟସନ୍ଧାନରେ ପ୍ରକାସ ପରେ ବ୍ୟାଙ୍କ କର୍ତୁପକ୍ଷ ତପ୍ତରତା ଦେଖାଇଥିଲେ । ସିସିଟିଭି ଫୁଟେଜ କୁ ଅନୁଧ୍ୟାନ କରିବା ସହ ପବିତ୍ର ନାମରେ ଏହି ବ୍ୟାଙ୍କରେ ଆକାଉଂଟ ଥିବା ଅନ୍ୟ ଏକ ଗ୍ରାହକକୁ ଡାକି ପଚାରି ବୁଝିଥିଲେ । ଏହାପରେ ବ୍ୟାଙ୍କ କର୍ମଚାରୀମାନଙ୍କର ଭୁଲ ଯୋଗୁ ଏପରି ହୋଇଥିବାର ଜାଣିବା ପରେ ଗାଏବ ହୋଇଯାଇଥିବା ଟଙ୍କାକୁ ପୁଣି ପବିତ୍ରଙ୍କ ଆକାଉଂଟକୁ ଫେରାଇଥିବାର ପବିତ୍ର ସତ୍ୟସନ୍ଧାନ କହିଛନ୍ତି ।

Leave A Reply

Your email address will not be published.