ଦିବ୍ୟାଙ୍ଗ ମାନଙ୍କୁ ବେଟାରି ଚାଳିତ ସାଇକେଲ

0 3,646

ସାକ୍ଷୀଗୋପାଳ, ୨/୧୦(ଏସ ଏସ ନିୟୁଜ ) ପଵିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସତ୍ୟବାଦୀ ବ୍ଲକରେ ୧୪ ଜଣ ଦିବ୍ୟାଙ୍ଗ ଙ୍କୁ ବ୍ୟିଟେରି ଚାଳିତ ସାଇକେଲ ପ୍ରଦାନ କରାଯାଇଛି। ନିଉ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମ ର ମୁଖ୍ୟ ଆତିଥି ଭାବରେ ପୁରୀଜିଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଯୋଗ ଦେଇ ସାଇକେଲ ବଣ୍ଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ବ୍ଲକ ପ୍ରୋଗ୍ରାମ ସହାୟିକା ରାଜଶ୍ରୀ ମହାନ୍ତି, ଆଲମିକାର ସହକାରୀ ପରିଚାଳକ ଦୀଲ୍ଲିପ କୁମାର ସାମଲ ଓ ଦିପକ ପଲେଇ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କୁ ଉସ୍ଛାହିତ କରିଥିଲେ। ଭିନ୍ନକ୍ଷମ ସଂଗଠନ ର ସମ୍ପାଦକ ପ୍ରଭାତ କୁମାର ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।(ସାକ୍ଷୀଗୋପାଳରୁ କାଳୀପ୍ରସାଦ ମହାପାତ୍ରଙ୍କ ରିପୋର୍ଟ )

Leave A Reply

Your email address will not be published.