ଧର୍ମପରାୟଣ ମହିଳାଙ୍କ ବିୟୋଗ

0 2,693

ବାରଙ୍ଗ,୫/୧୦(ଏସଏସନିୟୁଜ)ବାରଙ୍ଗ ଅଂଚଳର ଶିଳ୍ପପତି ତଥା ଜଣାଶୁଣା ଚେହେରା ଦାଢାପାଟଣା ଗ୍ରାମର ଅର୍ଜ୍ଜୁନ ମହାରଣାଙ୍କ ମାତା କେତକି ମହାରଣା ୮୨ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ବୟସ ଅନୁପାତରେ ସେ ଦୁର୍ବଳ ହୋଇଥିବା ବେଳେ ଏକପ୍ରକାର ସୁସ୍ଥ ଥିଲେ । ସୋମବାରଦିନ ବଢିଭୋର ସମୟରେ ହଠାତ ହୃଦଘାତରେ ତାଙ୍କର ମୃତ୍ୟୁବରଣ ହୋଇଥିଲା । ସେ ଜଣେ ପରୋପକାରୀ, ଧର୍ମପରାୟଣ , ଭଗବତବିଶ୍ୱାସୀ ମହିଳା ହୋଇଥିବାରୁ ଦାଢାପାଟଣା ଗ୍ରାମରୁ ବହୁ ଲୋକସହ ଆମ୍‌ୟସ୍ୱଜନ ମାନେ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଦାଢାପାଠଣା ଗ୍ରାମ ପରିକ୍ରମା କରାଯାଇ ନିକଟସ୍ଥ ଶଶ୍ମାନରେ ଦାହ କରାଯାଇଥିଲା । ଶଶ୍ମାନରେ ବଡପୁଅ ଅର୍ଜ୍ଜୁନ ଓ ସାନପୁଅ ଅମୁଲ୍ୟଙ୍କ ସହ ଶୁଭେଛୁମାନେ ଉପସ୍ଥିତ ଥିଲେ ।ଏହି ମୃତ୍ୟୁଖବର ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.