ବରିମୁଣ୍ଡ ବ୍ୟାଙ୍କ ଡକାୟତୀ ଘଟଣାର ପର୍ଦାଫାସ , ଋଣ ସୁଜିବାକୁ ଯାଇ ଲୁଟ

0 2,456

ଭୁବନେଶ୍ୱର :୫/୧୦(ଏସଏସଏନ୍) ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ଇନଫୋସିଟି ଅଞ୍ଚଳର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଥିବା ସୋମବାର ଜଣାପଡ଼ିଛି। ଉକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି। ଏହାସହ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି ବୋଲି ଜଣାପଡ଼ିଛି । ପୁଲିସ ଗିରଫ କରିଥିବା ୨ ଲୁଟେରାଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।ଗିରଫ ଲୁଟେରା ଉକ୍ତ ଅଞ୍ଚଳର ଟାଙ୍ଗିବନ୍ତ ଗ୍ରାମର ସୋମ୍ୟରଞ୍ଜନ ଜେନା ଓ ତାର ସାଥି ବୋଲି ଜଣାପଡିଛି । ତଦନ୍ତ ବେଳେ ଅଭିଯୁକ୍ତ ବ୍ୟାଙ୍କ ଋଣ ସୁଜିବାକୁ ଯାଇ ଲୁଟ୍ କରିଥିବା ଜଣାପଡିଛି ।

Leave A Reply

Your email address will not be published.