ବଲିଉଡ ଅଭିନେତ୍ରୀଙ୍କୁ ଘାଣ୍ଟିଲା ଏନସିବି

0 3,186

ଖବର ଆଜିର,ତାରିଖ ୨୭/୦୯/୨୦ ରବିବାର
୧-ଆଇପିଏଲ ଟକ୍କର: ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା କୋଲକାତା । ଶୁଭମାନଙ୍କ ଶାନଦାର୍ ବ୍ୟାଟିଂ ଯୋଗୁ ସହଜରେ ୧୪୩ ରନର ବିଜୟ ଲକ୍ଷ୍ୟ ହାସଲ କଲା କୋଲକାତା
୨–ଭାରତର ପ୍ରଥମ ଇନ୍‌-ଫ୍ଲାଇଟ ମୋବାଇଲ ସେବା ପାଇଁ ଏରୋମୋବାଇଲ ସହିତ ସହଭାଗିତା କଲା ଜିଓ।
୩-ଆଜି ଜେଇଇ ଆଡଭାନ୍ସଡ୍‌, ୧.୬୦ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା।
୪-ଏବେ ଭାରତରେ ଆହୁରି ଶସ୍ତା ହେବ Covid ପରୀକ୍ଷଣ, ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହେଉଛି RT-PCRକିଟ୍।
୫-୨୮ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ‘ରେଡ଼ିଓ ପାନ୍ଥଶାଳା’ କାର୍ଯ୍ୟକ୍ରମ ପ୍ରସାରଣ ହେବ।
୬-ରାଜ୍ୟରେ ୧୭୦୯ ଜଣ ଯୋଗ୍ୟ ପୁଲିସ ପାଇବେ ‘’ ପୁଲିସ ଅନ୍ତ୍ରିକ୍ ସୁରକ୍ଷା’’ମେଡାଲ
୭-ବିଧାନସଭା ପରିସରରେ କରୋନା ଟେଷ୍ଟ ଆରମ୍ଭ।
୮-ଓକିଲଙ୍କ ଫିସ୍ ଦେବାକୁ ସବୁ ଅଳଙ୍କାର ବିକିଛି, ଏବେ ଗୋଟିଏ ମାତ୍ର କାର୍ ଚଳାଉଛି: ଅନୀଲ ଅମ୍ବାନୀ।
୯-ବିଜେପିକୁ ଶକ୍ତ ଧକ୍କା: କୃଷି ବିଲକୁ ବିରୋଧ କରି ଏନଡିଏ ଛାଡିଲା ଶିରୋମଣି ଅକାଳୀ ଦଳ।
୧୦-ବଲିଉଡ ଅଭିନେତ୍ରୀଙ୍କୁ ଘାଣ୍ଟିଲା ଏନସିବି । ସାରାଙ୍କୁ ୫, ଶ୍ରଦ୍ଧାଙ୍କୁ ୬ ଘଣ୍ଟା କଲା ଜେରା । ପ୍ରଥମେ ଦୀପିକାଙ୍କୁ ସାଢେ ୫ ଘଣ୍ଟା ହୋଇଥିଲା ଜେରା ।
୧୧-ପିଏମଓକୁ ସେରମ୍ ଇନଷ୍ଟିଚ୍ୟୁଟ ମୁଖିଆଙ୍କ ପ୍ରଶ୍ନ । ପୁନାବାଲା ଟ୍ୱିଟ୍ କରି ପଚାରିଲେ, ସାରା ଦେଶରେ କରୋନା ଟିକା ଦେବା ପାଇଁ କେତେ ପ୍ରସ୍ତୁତ ସରକାର । ଆସନ୍ତା ବର୍ଷ ପାଇଁ ରହିଛି କି ୮୦ ହଜାର କୋଟି ଟଙ୍କା ।
୧୨-ଭାରତ – ଶ୍ରୀଲଙ୍କା ଶିଖର ବୈଠକ, ବୌଦ୍ଧଧର୍ମୀୟ ସହଯୋଗ ବୃଦ୍ଧି ପାଇଁ ୧୫ ନିୟୁତ ଡଲାର ସହାୟତା.।
୧୩-ବି-ଟୁ-ବି କାରବାର ପାଇଁ ଅକ୍ଟୋବରରୁ ଜିଏସ୍‌ଟି ଇ-ଇନ୍‌ଭଏସିଂ ବାଧ୍ୟତାମୂଳକ।
୧୪-ନଡ୍ଡାଙ୍କ ନୂଆ ଟିମରେ ସ୍ଥାନ ପାଇଲେ ୪ ଓଡ଼ିଆ – ବୈଜୟନ୍ତ ପୁଣି ଉପ-ସଭାପତି, ସମ୍ବିତ ଓ ଅପରାଜିତା ଜାତୀୟ ମୁଖପାତ୍ର।
୧୫-ବିଶ୍ୱ ଆମ ପାଇଁ ଏକ ପରିବାର, ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ।ପଚାରିଲେ- ସ୍ଥାୟୀ ସଦସ୍ୟ ହେବାକୁ ଭାରତକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡିବ
୧୬-ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସିତ ପୁରୁଷ ତାଲିକାରେ ମୋଦିଙ୍କ ସମେତ ଚାରି ଭାରତୀୟ।
୧୭-ପୁଣି ଲଜ୍ଜିତ ହେଲା ପାକିସ୍ତାନ । ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ବର୍ଜନ କଲା ଭାରତ, ଇମ୍ରାନଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କକ୍ଷତ୍ୟାଗ କଲେ ଭାରତୀୟ ପ୍ରତିନିଧୀ।

Leave A Reply

Your email address will not be published.