ବାଙ୍କୀ ସାମ୍ବାଦିକଙ୍କ ହତ୍ୟାଘଟଣା -ବିଡିଓଙ୍କୁ ଦେଲେ ଦାବୀପତ୍ର

0 6,703

ବାରଙ୍ଗ,୧୭/୨(ଗୈାତମ ରାଉତ)ଗତ ଶୁକ୍ରବାର ଦିନ ବାଙ୍କୀ ଜୋକଲାଞି ଠାରେ ଏକ ଓ୍ବେବ୍ ପୋର୍ଟାଲରେ କାମକରୁଥିବା ସାମ୍ବାଦିକ ଆଦିତ୍ୟରଣସିଂଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହିଘଟଣାକୁ ବାରଙ୍ଗପ୍ରେସକ୍ଲବ ପକ୍ଷରୁଦୃଢ ନିନ୍ଦା କରାଯାଇଛି ।ଅଦ୍ୟାବଧି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ନଧରିବା ର୍ଦୁଭାଗ୍ୟଜନକ ବୋଲିକୁହାଯାଇଛି ।ତୁରନ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତଥିବା ଲୋକମାନଙ୍କୁ ଧରି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟସରକାର ମୃତ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ କଳିଙ୍ଗସାମ୍ବାଦିକ ସଂଘର ଶାଖା ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଦାବୀ କରାଯାଇଛି ।ସୋମବାରଦିନ ବାରଙ୍ଗପ୍ରେସକ୍ଲବର ସଭାପତି ଲିଙ୍ଗରାଜରାଉତଙ୍କ ନେତୃତ୍ୱରେ ରୁଦ୍ରନାରାୟଣ ଷଡଙ୍ଗୀ, ପ୍ରକାସଚଦ୍ର ସାହୁ,ସନ୍ତୋଷ କୁମାର ମଲ୍ଲିକ , କୃଷ୍ଣ ଚନ୍ଦ୍ର ସ୍ବାଇଁ , ସଂଗ୍ରାମ କିଶୋର ଦାସ , ତୁଷାରକାନ୍ତ ସାହୁ ଙ୍କୁ ନେଇ ଗଠିତ ଏକ ପ୍ରତିନଧି ଦଳ ବାରଙ୍ଗ ବ୍ଲକ ବଡିିଓ ପ୍ରଭାକର ପଣ୍ଡାଙ୍କୁ ଭେଟି କଟକ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.