ବିଭିନ୍ନ ରାଜନୌତିକ ଦଳ ଓ ଅନୁଷ୍ଠାନ ପାଳିଲେ ଗାନ୍ଧୀ ଜୟନ୍ତି

0 3,814

ଡେଲାଙ୍ଗ, ୨/୧୦(ଏସଏସନିୟୁଜ ) ଡେଲାଙ୍ଗ ବ୍ଲକରେ ଆଜି ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ, ଅନୁଷ୍ଠାନ ଓ ରାଜନୌତିକ ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି ।ଡେଲାଙ୍ଗ ଗାଦିବ୍ରହ୍ମ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ ସେବା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ସରୋଜ ପଣ୍ଡାଙ୍କ ତତ୍ୱାବଧାନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତି ପାଳନ ହୋଇଯାଇଛି ।ରାଜ୍ୟକୁ ନିଶାମୁକ୍ତ କରିବା ଉଦେଶ୍ୟ ରେ କସ୍ତୁରବା ଗାନ୍ଧି ରାଷ୍ଟ୍ରିୟ ସ୍ମାରକୀ ଟ୍ରଷ୍ଟ ଓ ମିଳିତ ଓଡିଶା ନିଶାନିବାରଣ ଅବିଯାନ ପକ୍ଷରୁ ବେରବୋଇ ଗାନ୍ଧୀ ପୀଠରେ ଗଣଧାରଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କସ୍ତୁରବା କେନ୍ଦ୍ର ସଂଚାଳିକା କବିତା ରାଣି ପରିଡା,ଗାନ୍ଧୀ ସ୍ମାରକୀ ଟ୍ରଷ୍ଟର ସଦଶ୍ୟ ଅଶୋକ ପ୍ରଧାନ,କିଶାନ ପଟ୍ଟନାୟକ,ଶିକ୍ଷକ ଅଭୟ ସାହୁ ,ଜୟନ୍ତି ବିଶ୍ୱାଳ ,ବିଚିତ୍ରାନନ୍ଦ ମହାନ୍ତି,ବହ୍ଲଭ ବିଶ୍ୱାଳ,ଜ୍ୟୋତ୍ସାରାଣୀ ବେହେରା,ସୁମିତ୍ରା ବେହେରା,ସଂଗିତା ନାୟକ, ପରିବେଶ ବିତ୍ ବିଶ୍ୱଜିତ୍ ପରିଡା,ଗୋବିନ୍ଦ ପଟ୍ଟନାୟକ, ବ୍ରହ୍ମାନନ୍ଦ ମହାନ୍ତି,ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ପ୍ରମୁଖ ଉପସ୍ଥିତଥିଲେ । ସେହିପରି ବେରବୋଇ ଗାନ୍ଧୀ ପୀଠରେ ଆଜି ବିଭିନ୍ନ ରାଜନୌତିକ ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତି ପାଳନ କରାଯାଇ ଥିଲା ବିଜେଡି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ,ଜିଲ୍ଲାପରିଷଦ ଦେବାଷିଶ୍ ନନ୍ଦ, ଉପାଧ୍ୟକ୍ଷାଙ୍କ ପ୍ରତିଧି କବିନ୍ଦ୍ର ବଳବନ୍ତରାୟ, ଧାନକେରା ସରରପଂଚ ପ୍ରସନ୍ନ ଜେନା , ଗୋଡିପୁଟ ମାଟିଆପଡା ସରପଂଚ ପ୍ରତିନିଧି ଦୁର୍ବାଶା ମିଶ୍ର ଙ୍କ,ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ,ବାନିତା ଦାଶ,ପ୍ରତିମା ଦାସ,କବିତା ପ୍ରଧାନପ୍ରମୁଖ ଉପସ୍ଥିତ ହୋଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପର୍ତ୍ତି ମୁର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଡେଲାଙ୍ଗ ହାଟ ବଜାର ଠାରେ ପହଂଚ ବିଜୁ ବାବୁଙ୍କ ପର୍ତ୍ତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ମହିଳା ମହାସଂଘର ମହିଳା ମାନେ କରୋନା ସଚେତନତା ପାଇଁ ମାସ୍କ ବଣ୍ଟନ କରିଥିଲେ । ବିଜେପି ପକ୍ଷରୁ ରଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ,ଯୁବନେତା ଅଶ୍ରୀତ ପଟ୍ଟନାୟକ ଓ କର୍ମୀ ମାନେ ଉପସ୍ଥତ ହୋଇ ମାଲ୍ୟାର୍ପଣ କରିଥିଲେ ।କଂଗ୍ରେସ ପକ୍ଷରୁ ଯୁବନେତା ଅଜିତ ମଙ୍ଗରାଜ ଓ କର୍ମିମାନେ ଗାନ୍ଧୀଙ୍କ ପର୍ତ୍ତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ନିଶାନିବାରଣ କରି ସମାଜକୁ ନିଶାମୁକ୍ତ କରିବା ପାଇଁ ଜନ ସଚେତନତା କରିବା ସହିତ ନିଶାନିବାରଣ ଦିଗରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

Leave A Reply

Your email address will not be published.