ମାଗଣା ସ୍ୱାସ୍ଥ୍ୟ କିଟ୍ ବାଣ୍ଟିଲେ ଗାଦିବ୍ରହ୍ମ ରେଡକ୍ରସ ୟୁନିଟ

0 3,906


ଡେଲାଙ୍ଗ ୨୪/୦୯(ଏସଏସନିୟୁଜ)ସାରା ବିଶ୍ୱରେ ମହାମାରୀ କରୋନା ଅନେକ ଲୋକଙ୍କ ପ୍ରାଣନେଇଥିବା ବେଳେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଡେଲାଙ୍ଗ ବ୍ଲକରେ ମହାମାରୀରେ୨୦୦ରୁ ଉର୍ଦ୍ଧ୍ୱ ଆକ୍ରନ୍ତ ହୋଇଥିବା ବେଳେ ଅନେକ ମଧ୍ୟ ସୁସ୍ଥ ହେଲେଣି । ମହାମାରୀର କାୟା ବିସ୍ତାର କରୁଥିବା ବେଳେ ହିରାକୁଦରୁ ବନ୍ୟା ଜଳ ଛଡାହେବା ପରେ ଦୟାନଦୀରେ ବନ୍ୟା ଜଳ ଆସିବା ହେତୁ ଡେଲାଙ୍ଗ ବ୍ଲକରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ଗୋଟିଏ ପଟେ ବନ୍ୟା ଓ ଅନ୍ୟପଟେ କରୋନା ଏହି ସମୟରେ ଜନସାଧାରଣ ବହୁ ଦୁର୍ଦ୍ଦିନରେ କାଳଦିପାତ କରିବାର ଦେଖିବାକୁ ମିଳିଥିଲା । ବନ୍ୟାରେ ଅନେକ ଲୋକେ ଘରଦ୍ୱାରର ଛାଡି ବିଭିନ୍ନ ବିଦ୍ୟାଳୟ ଓ ପଂଚାୟତ ଗୃହରେ ଆଶ୍ରୟ ନେଇଥିଲେ । ଏବେ ଘରେଘରେ ଭୂତାଣୁ ଜନିତ ଜ୍ୱର,କାଶ, ଶରୀର ଦୁର୍ବଳତା ଅନୁଭବ,ଗୋଡହାତ ବିନ୍ଧା,ଥଣ୍ଡା ଆଦିରେ ଅନେକ ଆକ୍ରାନ୍ତ ହେବାର ଦେଖିବାକୁ ମିଳୁଛି । ବନ୍ୟା ଛାଡିବା ପରେ ବନ୍ୟା ଆକ୍ରାନ୍ତ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କର ଗୃହ ଚତଃୁପାଶ୍ୱ କୁ ବିଶୋଧନ କରିବା ପାଇଁ ଅଣ୍ଡା ଭିଡିଛି ରେଡକ୍ରସ ଓଡିଶା ଶାଖା । ରେଡକ୍ରସ ଓଡିଶା ପ୍ରଦାନ କରାଯାଇଥିବା ପାରିବାରିକ ସ୍ୱାସ୍ଥ୍ୟ କିଟ୍‌କୁ ଗାଦିବ୍ରହ୍ମ ରେଡକ୍ରସ ୟୁନିଟ ଦ୍ୱାରା ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡାଙ୍କ ତତ୍ୱାବଧାନତାରେ ବଣ୍ଟନ କରାଯାଇଛି । ରେଡକ୍ରସ ପରାମର୍ଶ ଦାତା ଅଧ୍ୟାପକ ତ୍ରିନାଥ ପରିଡା ଦ୍ୱାରା ରେଡକ୍ରସ ସ୍ୱଚ୍ଛାସେବୀ ମାନଙ୍କ ଦ୍ୱାରା ଅଳଉତା ଗ୍ରାମ ବାସୀଙ୍କୁ ପରିବାରିକ କିଟ୍ ପ୍ରଦାନ କରାଯାଇଛି । ଏହିକାର୍ଯ୍ୟକ୍ରମରେ ଅଧ୍ୟାପକ ଯୁଧିଷ୍ଠିର ଘଟୁଆରୀ ,ଗାନ୍ଥାଗାରିକ ଦାଶରଥି ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ୱଚ୍ଛା ସେବୀ ବିଷ୍ଣୁପ୍ରଶାଦ ପ୍ରଧାନ,ଭରତ କୁମାର ପ୍ରଧାନ,କିଶୋର ଚନ୍ଦ୍ର ପରିଡା, ସୁରେଶ ସେଠୀ,ତପସ୍ୱୀନି ପାଢି,ବର୍ଷାରାଣୀ ରାଉତ,ଶୁଭଶ୍ରୀପ୍ରିୟଦର୍ଶିନୀ ପରିଡା,ସସ୍ମୀତା ନାୟକ ଓ ସ୍ଥିତିପ୍ରଜ୍ଞା ପାହାନ୍ତାସିଂ ପ୍ରମୁଖ ସହେଯାଗ କରିଥିଲେ ।ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସୁଜନପୁର ପଂଚାୟତରେ ରେଡକ୍ରସ ପକ୍ଷରୁ କିଟ ବଣ୍ଟନ ହୋଇଥିଲା । ଆଜି ରେଡକ୍ରସର ଦ୍ୱିତୀୟ ପର୍ଯ୍ୟୟ ବଣ୍ଟନ କାର୍ଯ୍ୟକ୍ରମକୁ ଡେଲାଙ୍ଗର ବିଧିଜିବୀ,ସାମାଜିକକର୍ମୀ,ଯୁବଗୋଷ୍ଠୀ ଓ ଗ୍ରାମବାସୀଙ୍କ ପକ୍ଷରୁ ପ୍ରସଂଶା କରାଯାଇଛି ।
ଡେଲାଙ୍ଗରୁ ଚିତରଂଜନ ଜେନାଙ୍କ ରିପୋର୍ଟ ।

Leave A Reply

Your email address will not be published.