ମାଛର ଦାମ ଲକ୍ଷେ ୪୧ ହଜାର

0 3,740

ଚାନ୍ଦବାଲି,୨/୧୦(ଏସ ଏସ ନିୟୁଜ ) ମାଛର ଦାମ ଲକ୍ଷେ ୪୧ ହଜାର। ଏପରି ମାଛ ଭଦ୍ରକ ଜିଲ୍ଲା ଧମରାର ଗଭୀର ସମୁଦ୍ରରୁ ଧରାଯାଇଛି। କୋଲକାତାର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଥିବା ଜଣାପଡ଼ିଛି।
ପ୍ରକାସ ଯେ,ଗତକାଲି ଚନ୍ଦନୀପାଳ ଗାଁର ଗୋବିନ୍ଦ ମଣ୍ଡଳ ଓ ତାଙ୍କ ସାଥୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ସମୁଦ୍ରରେ ମାଛ ଧରୁଥିବା ବେଳେ ଜାଲରେ ଗୋଟିଏ ୨୨ କେଜି ଓଜନର ମାଛ ପଡ଼ିଥିଲା। ଯାହାର ନାଁ ‘ତେଲିଆ’ ମାଛ। ଏହି ମାଛକୁ ଧରି ସେମାନେ କୂଳକୁ ଫେରିଥିଲେ। ମାଛଟିକୁ ନିଲାମ କରିଥିଲେ। କୋଲକାତାର ଜଣେ ବ୍ୟବସାୟୀ ମାଛଟିକୁ କିଣିଥିଲେ। ସେ ଏହାକୁ ଲକ୍ଷେ ୪୧ ହଜାର ଟଙ୍କାରେ କିଣିଥିଲେ।ରାଜ୍ୟ ଓ ରାଜ୍ୟ ବାହାରେ ଏହି ମାଛର ଚାହିଦା ବେଶୀ ରହିଛି। ତେଣୁ ଏହି ମାଛର ଦାମ କିଲୋ ପିଛା ୬୦୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ଏହି ମାଛର ପିତ କୋଷରୁ ଏକ ଔଷଧ ତିଆରି ହେଉଥିବାରୁ ଏହାର ଦାମ ଅଧିକ ରହିଛି ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.