ରାଉଲକେଲାରୁ ବ୍ୟବସାୟୀକୁ ଡିଜିଜିଆଇ ଗିରଫ କଲେ

298

ଭୁବନେଶ୍ବର,୧୭/୧୨(ଏସଏସନିୟୁଜ)ଡିଜିଜିଆଇ ଫେକ ଇନଭଏସ ଜରିଆରେ ଇନପୁଟ ଟ୍ୟାକ୍ସ କ୍ରେଡିଟର ଠକେଇ ଅଭିଯୋଗରେ ସନ୍ତୋଷ କୁମାର ଗୁପ୍ତା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ୬୨ କୋଟି ଟଙ୍କାର ଫେକ ଇନଭଏସ ଜରିଆରେ ବେଆଇନ ଭାବେ ୪୦ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ଅଭିଯୋଗ ସନ୍ତୋଷ ଙ୍କ ନାମରେ ଆସଥିଲା ।ଜିଏସଟି ଇଣ୍ଟେଲିଜେନସ ଭୁବନେଶ୍ବର ଜୋନାଲ ୟୁନିଟ ଟିମ ଏହି ଅଭିଯୋଗରେ ସନ୍ତୋଷକୁ ଗିରଫ କରି ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଛନ୍ତି ।ଏହାସହ ବିଭନ୍ନ ସ୍ଥାନରେ ରେଡ ମଧ୍ୟ ଜାରି ରହିଥିବାର ଜଣାପଡିଛି ।

 

Comments are closed.