ଶ୍ରମଚୋର

0 2,993

ମଣିରାମ ଗୁପ୍ତା ନାମରେ ଜଣେ ବ୍ୟବସାୟୀ ମଧୁର ନଗରୀରେ ଥାନ୍ତି । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଅନେକ ଲୋକ ଚାକିରୀ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଗପ କରି ଅଯଥାରେ ସମୟ କଟାନ୍ତି । ନିଜର ଦାୟିତ୍ୱରେ ଥିବା କାମ ଭଲ ଭାବରେ କରିପାରନ୍ତି ନାହିଁ । ମଣିଗୁପ୍ତ ମଝିରେ ମଝିରେ ସେମାନଙ୍କ ଉପରେ ରାଗନ୍ତି । ସେମାନଙ୍କ ମଧ୍ୟରେ ଜଣେ ଥାନ୍ତି ତାଙ୍କ ନାମ ଦିଲ୍ଲିପ । ସେ ଶିକ୍ଷିତ ଓ ଭଦ୍ର ଯେଉଁମାନେ ଅଳସୁଆ ହୋଇ କାମ ପକାଇ ରଖନ୍ତି ତାଙ୍କ କାମ ସେ ନୀରବରେ କରିଦିଅନ୍ତି । ଦିଲିପର ଏହି ସରଳତାର ସୁଯୋଗ ନେଇ ଅନ୍ୟମାନେ ଅଧିକ ସମୟ ନଷ୍ଟ କରିବାକୁ ପ୍ରଶ୍ରୟ ପାଆନ୍ତି ।
ଦିନେ ମଣିଗୁପ୍ତ ସମସ୍ତ କର୍ମଚାରୀଙ୍କୁ ଡାକି କହିଲେ, ଏଥର ଯେଉଁମାନେ ଅଳସୁଆ ବୋଲି ପ୍ରମାଣିତ ହେବେ ତାଙ୍କୁ ଦଣ୍ଡ ଦିଆଯିବ । ମୁଁ ନିଜେ ଆସି ଏ ବିଷୟରେ ନିର୍ଣ୍ଣୟ କରିବି । ମଣିରାମଙ୍କ ଚେତାବନୀ ଯୋଗୁଁ ଅନେକ ଅଳ୍ପ ଅଳସୁଆ କର୍ମଚାରୀମାନେ ନିଜ ନିଜ କାମ ବଡ ତତ୍ପରତାର ସହିତ କଲେ । କିନ୍ତୁ ଅତ୍ୟନ୍ତ ଅଳସୁଆ କେତେଜଣ ପୁରୁଣା ଅଭ୍ୟାସକୁ ଚାଡିପାରିନଥିଲେ ।ତଥାପି ମଧ୍ୟ ନିଜନିଜ ମଧ୍ୟରେ ଆଗଭଳି ଗପ କରି ସମୟ ବିତାଇବାକୁ ଲାଗିଲେ । ହେଲେ ଦିଲିପ ନିଜ କାମ ସହ ଅନ୍ୟମାନଙ୍କ କାମ ମଧ୍ୟ କରିଦେଉଥିଲେ ।ଚେତାବନୀ ପରେ ମଣିରାମ ଗୁପ୍ତରେ କର୍ମ୍ରଚାରୀମାନଙ୍କର କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରୁଥିଲେ ।
କିଛିଦିନ ପରେ ମଣିରାମ ପୁଣି କାମ ଦେଖିବାକୁ ଆସି ସମସ୍ତ କର୍ମଚାରୀଙ୍କୁ ଏକାଠି କରି କହିଲେ, ମୁଁ ଯାହା ଦେଖୁଛି ଶ୍ରମଚୋର ହେଉଛନ୍ତି ଦିଲ୍ଲୀପ । ସମସ୍ତେ ଶ୍ରମ ନକରି କାମ ପକାଇ ରଖୁଛନ୍ତି ଓ ସେ ତା’ କାମ ସହ ଅନ୍ୟମାନଙ୍କର କାମ କରି ଦେଉଛନ୍ତି ଅର୍ଥାତ୍ ଅନ୍ୟମାନଙ୍କର ଶ୍ରମ ଚୋରୀ କରୁଛନ୍ତି । ତେଣୁ ସେ ହେଉଛନ୍ତି ଶ୍ରମ ଚୋର । ସେଥି ପାଇଁ ତାଙ୍କୁ ଏହି ଦଣ୍ଡ ଦିଆଯିବ ଯେ ସେ ତାଙ୍କର ସଦ୍ଗୁଣ ଯୋଗୁଁ ଅନ୍ୟକୁ ଭୁଲ୍ଦରେ ପ୍ରଶ୍ରୟ ଦେବେ ନାହିଁ । ଆଜିଠାରୁ ସେ କାହାର କାମ କରିବେ ନାହିଁ ,ଦ୍ୱିତୀୟରେ ବ୍ୟବସାୟ ପ୍ରତିଷ୍ଠାନର ଯେଉଁ କ୍ଷତି ଅଳସୁଆ କର୍ମଚାରୀ ମାନଙ୍କ ଯୋଗୁଁ ହୁଅନ୍ତା ତାହା ଦିଲ୍ଲୀପଙ୍କ ଯୋଗୁଁ ହେଉ ନାହିଁ । ତେଣୁ ଏଥିଲାଗି ତାଙ୍କୁ ପୁରସ୍କାର ମଧ୍ୟ ଦିଆଯିବ । ଏହାପରେ ସମସ୍ତେ କରତାଳି ଦେଲେ ।

Leave A Reply

Your email address will not be published.