ସାମନ୍ତରାପୁରରେ ହତ୍ୟାକାଣ୍ଡ

0 3,643

ଭୁବନେଶ୍ବର,୪/୧୦(ଏସ ଏସ ନିୟୁଜ )ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଦୁର୍ଗା ମଣ୍ଡପ ପାଖରେ ଜଣେ ମିଠା ଦୋକନୀ କୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ବ୍ୟବସାୟୀକ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।ଏହି ମିଠା ଦୋକାନୀକୁ ଅନ୍ୟ ଜଣେ ମିଠା ଦୋକାନୀ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି।ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ବର –ପୁରୀ ରାସ୍ତା ଅବରୋଧ କରିଥିଲେ।ଖବର ପାଇ ପୁଲିସ ଆସି ଉତ୍ତ୍ୟକ୍ତଲୋକ ଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।ଅଦ୍ୟାବଧି ହତ୍ୟାକାଣ୍ଡର ପକୃତ କାରଣ ଜଣାପଡିନାହି ।

Leave A Reply

Your email address will not be published.