ସେପ୍ଟେମ୍ବର ୨୧ରୁ ଖୋଲିବ ସ୍କୁଲ୍‌,ଜାରିହେଲା ଏସଓପି

0 6,624

ଭୁବନେଶ୍ଵର,୯/୯(ଏସ ଏସ ନିୟୁଜ )ଆସନ୍ତା ୨୧ ତାରିଖରୁ ଆଂଶିକ ଭାବେ ସ୍କୁଲ୍ ଖୋଲିବା ନେଇ ଗ୍ରୀନ୍ ସିଗ୍ନାଲ୍ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ Standard Operating Procedure(SOP) ଜାରି ହୋଇଛି।କେବଳ କଣ୍ଟେନ୍‌ମେଣ୍ଟ ଜୋନ୍ ବାହାରେ ହିଁ ସ୍କୁଲ ଖୋଲାଯାଇ ପାରିବ ବୋଲି SOPରେ ସ୍ପଷ୍ଟ କରାଯାଇଛି। ସେହିପରି କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ଦିଆଯାଇଛି। ଅଭିଭାବକଙ୍କ ପରାମର୍ଶ ଏବଂ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ହିଁ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ। କରୋନା ସଂକ୍ରମଣ ଆଶଙ୍କାରେ ସ୍କୁଲ୍ ବନ୍ଦ ରହିଛି।
ଜାଣନ୍ତୁ SOPରେ କ’ଣ ସବୁ ନିୟମ ରହିଛି ।

• ସ୍କୁଲ୍‌ରେ ମାସ୍କ ପରିଧାନ ସହ ସାନିଟାଇଜର୍ ବ୍ୟବହାର ବାଧ୍ୟତାମୂଳକ।

• ପ୍ରାର୍ଥନା, କ୍ରୀଡ଼ା ଓ ଅନ୍ୟାନ୍ୟ ଏକତ୍ରିତ କାର୍ଯ୍ୟକୁ ନିଷେଧ ସହ ପ୍ରବେଶ ପଥରେ ହ୍ୟାଣ୍ଡ୍ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ।

• ଲକ୍ଷଣ ନ ଥିବା ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ହିଁ ସ୍କୁଲ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ।

• ଛାତ୍ରଛାତ୍ରୀ ଯେପରି ପରସ୍ପରକୁ ନୋଟ୍‌ବୁକ୍, ପେନ୍‌ସିଲ୍, ପେନ୍, ପାଣି ବୋତଲ ଦିଆନିଆ ନ କରନ୍ତି, ତା’ଉପରେ ବି ଗୁରୁତ୍ୱ ଦିଆଯାଇଛି।

• ଲ୍ୟାବ୍‌ରେ ବ୍ୟବହୃତ ସାମଗ୍ରୀକୁ ସାନିଟାଇଜ୍ କରିବାକୁ ପରାମର୍ଶ।ସ୍କୁଲ ପରିସରରେ ଥିବା କାଫେ/ମେସ୍ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ ରହିବ।

• କେବଳ ୫୦ ପ୍ରତିଶତ କର୍ମଚାରୀ ସ୍କୁଲ୍‌‌ ଆସିବେ।

• ବାୟୋମେଟ୍ରିକ ଉପସ୍ଥାନର ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି।

• ଛାତ୍ର-ଶିକ୍ଷକଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାୟ ଭିତ୍ତିରେ କରିବାକୁ ପରାମର୍ଶ।

• ସ୍କୁଲ୍‌ରେ ପିଲାଙ୍କ ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିବାକୁ ଝଙଚରେ ନିର୍ଦ୍ଦେଶ।

• ଅନ୍‌ଲାଇନ୍ ଶିକ୍ଷାଦାନ ପ୍ରକ୍ରିୟା ଜାରି ରଖିବାକୁ ଝଙଚରେ ନିର୍ଦ୍ଦେଶ।

• ଛାତ୍ରଛାତ୍ରୀଙ୍କ ପରିବହନ ନେଇ ମଧ୍ୟ SOP ଜାରି କରାଯାଇଛି।

• ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ନେବା ଆଣିବା ବେଳେ ସାମାଜିକ ଦୂରତା ମାନିବାକୁ ପଡ଼ିବ।

Leave A Reply

Your email address will not be published.