୩ ଅକ୍ଟୋବରରେ ବିଶ୍ୱର ଦୀର୍ଘତମ ଅଟଳ ଟନେଲର ଉଦଘାଟନ

0 2,519

ଖବରଆଜି ସକାଳର ,ଆଜିରତାରିଖ ୦୨/୧୦/୨୦ ଶୁକ୍ରବାର।
୧-ଆଇପିଏଲ୍ ଟକ୍କର: ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ବିଜୟ, ୪୮ ରନର ବଡ଼ ବ୍ୟବଧାନରେ ପଞ୍ଜାବକୁ ହରାଇଲା ରୋହିତ୍ ବାହିନୀ ।
୨-ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ୫ ଜିଲ୍ଲାକୁ ଅରେଂଜ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ।
୩-ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ୍ : ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ସିନେମା ହଲ୍ ।
୪-ଲାଗୁ ହେଲା ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ, ୟୁନିଟ୍ ପିଛା ବଢ଼ିଲା ୨୦ ପଇସା।
୫-ବିଧାନସଭାରେ ବିଜୁଳି ତାତି : ବିରୋଧି କହିଲେ ବଡ ମାଛ ପାଇଁ ଛୋଟକୁ ବଳି ଦେଉଛନ୍ତି ସରକାର, ୪ ବିଦ୍ୟୁତ କମ୍ପାନୀ ଓ ୨୬ ଶିଳ୍ପ ସଂସ୍ଥାକୁ କାହିଁକି ଅନୁକମ୍ପା ?
୬-ବିଧାନସଭା ଆଗରେ ଉତ୍ତେଜନା : ମା ବେକରେ ଛୁରୀ ଲଗାଇଲା ପୁଅ, ବହୁ ସମୟ ଧରି ରାଜରାସ୍ତାରେ ହାଇଡ୍ରାମା; ନାକେଦମ ପରେ କାବୁକଲା ପୁଲିସ।
୬-+୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢ଼ିଲା – ଅକ୍ଟୋବର ୬ ଯାଏଁ ଚାଲିବ ଆଡମିସନ୍।
୭-OJEE ପରୀକ୍ଷା ଦୈନିକ ତିନିଟି ସିଫ୍‌ଟରେ ହେବ। ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏ ହେବ OJEE ପରୀକ୍ଷା।
୮-ଭାରତରେ ଦୈନିକ ରିପୋର୍ଟ ହେଉଛି ୮୭ଟି ଦୁଷ୍କର୍ମ ଘଟଣା: ‘ଏନ୍‌ସିଆର୍‌ବି’ ଡାଟା।
୯-ଆସିଲା ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ: ମେରୁଦଣ୍ଡ ଭାଙ୍ଗିବା ସହ ଅନେକ ଥର ବେକ ଚିପିବାକୁ କରାଯାଇଥିଲା ଉଦ୍ୟମ
୧୦-୩ ଅକ୍ଟୋବରରେ ବିଶ୍ୱର ଦୀର୍ଘତମ ଅଟଳ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ।
୧୧-୩୧ ଅକ୍ଟୋବରରେ ଦେଖାଯିବ ‘ନୀଳଜହ୍ନ’, ୭୬ ବର୍ଷ ପରେ ବିରଳ ମହାଜାଗତିକ ଦୃଶ୍ୟ।
୧୨-ପୁଲିସ ସହ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧୀ । ହାଥରସରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଅଧାବାଟରେ ଅଟକାଇଲା ପୁଲିସ ।
୧୩-ଖଙଉ ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ – ତିନି ଯବାନ ସହିଦ ୫ ଆହତ, ଭାରତ ଦେଉଛି ଉପଯୁକ୍ତ ଜବାବ।
୧୪-ରିଲାଏନ୍ସ ରିଟେଲରେ ୬,୨୪୭ କୋଟି ଟଙ୍କା ନିବେଶ କଲା ଆବୁଧାବୀ ସରକାରୀ ଫଣ୍ଡ।
୧୫-ପ୍ଲାଜ୍‌ମା ଦାନରେ ଓଡିଶା ପୋଲିସର ସଂଖ୍ୟା ୩୦୦ ଟପିଲା।
୧୬-ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବିମାନଯାତ୍ରା ପାଇଁ ଆସିଲା ନୂଆ ବିମାନ।
୧୭-ଏଣିକି ଇ-ପେମେଣ୍ଟରେ ଦାଖଲ କରିହେବ କୋର୍ଟ ଫି।
୧୮-ଲକ୍‌ଡାଉନ୍ ଯୋଗୁଁ ବାତିଲ ହୋଇଥିବା ବିମାନର ପୂର୍ଣ୍ଣ ଟିକେଟ୍ ମୂଲ୍ୟ ଫେରସ୍ତ ଲାଗି ‘ଡିଜିସିଏ’ର ଯୋଜନାକୁ ସୁପ୍ରିମ୍ କୋର୍ଟଙ୍କ ମଞ୍ଜୁରି।
୧୯-ଜୈବ ନିରାପତ୍ତା ବଳୟ ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ : ବିସିସିଆଇ।

Leave A Reply

Your email address will not be published.