୧ ହଜାର ଟପିଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0 409

ଭୁବନେଶ୍ବର:୨୦/୫(ଏସଏସଏନ୍) ହୁ ହୁ ହେଇ ବଢିବାରେ ଲାଗିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ଆଉ ୭୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ଯାଇଛି । ଏମାନଙ୍କ ମଧ୍ୟରୁ ୭୨ଜଣ କ୍ୱାରେନଟାଇନ ସେଂଟରରେ ଥିବା ବଳେ ୨ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୭୩୯ଜଣ ଚିକିତ୍ସିତ ହେଉଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇ ଘରକୁଫେରିଛନ୍ତି ଓ ୬ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ପୁଣି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ଓ ତାଙ୍କ ବୟସ ୭୦ ବୋଲି ଜଣାପଡିଛି । ଏହାକୁ ମିଶାଇ ଖୋର୍ଦ୍ଧାରେ ୩, ଗଞ୍ଜାମରେ ଦୁଇ ଓ କଟକରେ ଜଣଙ୍କର ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୬, ଯାଜପୁର ୬, କେନ୍ଦ୍ରାପଡା୨, ବୌଦ୍ଧ ୨୮, ପୁରୀ ୧୧, କଟକ ୯, ଖୋର୍ଦ୍ଧା ୭, ବାଲେଶ୍ୱର, ଢେଙ୍କାନାଳ, କନ୍ଧମାଳରୁ ଜଣେ ଲେଖାଏ ଓ ମାଲକାଲନାଗିରିରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମାଲକାନଗିରିରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ କରୋନା ୨୪କୁ ଜିଲ୍ଲାକୁ ପ୍ରବେଶ କରିଛି ।

Leave A Reply

Your email address will not be published.