୧୧ କେଭି ବିଦ୍ୟୁତ ତାର ବସ ଉପରେ ପଡିଲା

0 325

ବ୍ରହ୍ମପୁର,୯/୨(ଏସ୍‌ଏସ୍‌ନିୟୁଜ) ନିର୍ବଦ୍ଧ କାର୍ଯ୍ୟରେ ଯୋଗଦେବେ,ଦୁଇଟି ନୁଆ ଜିବନର ଆରମ୍ଭ ହେବ ,ସେମାନଙ୍କ ପାଇଁ ଶୁଭମନାସିବେ । ଖୁସିର ସହ ଘରୁ ରବିବାର ସକାଳୁ ବାହାରିଥିଲେ ।କିନ୍ତୁ ଖୁସି ବେଶୀ ସମୟପାଇଁ ରହିଲାନାହିଁ ।ଘରଠାରୁ ଅଳ୍ପଦୁରରେ ପହଂଚିବାବେଳକୁ ଘଟିଥିଲା ଅଘଟଣ । ସିଲ୍କସିଟି ବସରେ ବସି ଡଙ୍ଗରପଡାରୁ ସକରଡା ଯାଉଥିବା ବେଳେ ଗଞାମଜିଲ୍ଲା ଗୋଳନ୍ଥରା ନିକଟରେ ମେଲପତୁରୁଠାରେ ଅଘଟଣ ଘଟିଥିଲା । ୧୧କଭି ଲାଇନ ତାର ଛିଣ୍ଡି ବସ ଉପରେ ପଡି ବସରେ କରେଂଟ ଚାର୍ଯ୍ୟ ହୋଇ ନିଆଁ ଲାଗିଯାଇଥିଲା । ଯାହାଫଳରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକମାନଙ୍କ ସହ ଅଗ୍ନିଶମବାହିନୀର କର୍ମଚାରୀମାନେ ଆସି ବସରେ ଥିବା ସମସ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଗୁରୁତର ଆହତ ହୋଇଥିବା ଲାକମାନଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ଚିକିସ୍‌।ପାଇଁ ପଠାଇଥିଲେ । ଏହି ଦୁଃଖଦ ଖବରପାଇବା ପରେ ଜିଲ୍ଲାପ୍ରଶାସନ ମେଡିକାଲରେ ଆସି ପହଁଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୨ଲକ୍ଷଟଙ୍କାର ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି ।

Leave A Reply

Your email address will not be published.