୧୫୦ ଲିଟର ମଦ ଜବତ ଜଣେ ଗିରଫ

0 212

ଡେଲାଙ୍ଗ,୨୩/୨ ( ଏସଏସନିୟୁଜ) ଡେଲାଙ୍ଗ ପୋଲିସ ଶନିବାରଦିନ ୧୫୦ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଡେଲାଙ୍ଗ – ପିପିଲି ରାସ୍ତାରେ ଏକ ଅଟୋରେ ୧୫୦ ଲିଟର ଦେଶୀମଦ ବିକ୍ରୟ କରିବା ପାଇଁ ଯାଉଥିବା ସମୟରେ ଡେଲାଙ୍ଗ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଚଢାଉ କରିଥିଲା । ପୋଲିସ ଘଟଣା ସ୍ଥଲରୁ ୧୫୦ ଲିଟର ଦେଶିମଦ ସହିତ ଜୟପୁର ଗ୍ରାମର ଉପେନ୍ଦ୍ର ଘଡେଇ ଗିରଫ କରିବା ସହିତ ଅଟୋକୁ ଜବତ କରିଛି ।ଏନେଇ ୨୬/୨୦ ମାମଲା ରୁଜୁ କରିବା ସହିତ ଉପେନ୍ଦ୍ରଙ୍କୁ କୋର୍ଟ ଚାଲଣ କରିଥିବା ଜଣା ପଡିଛି ।

Leave A Reply

Your email address will not be published.