୩ ରୁ ବର୍ଷା

0 342

ଭୁବନେଶ୍ୱର,୧/୮(ଏସ॰ଏସ॰ନିୟୁଜ)ଉତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମୌସୁମୀ ଉତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇ ପାଗରେ ପରିବର୍ତନ ଆସିବାର ସମ୍ଭାବନା ଦେଖାଦେଇଛି ।ଅଗଷ୍ଟ ୩ ସୁଦ୍ଧା ଏହି ଲଘୁଚାପ ଉତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଘନୀଭୂତ ହେବାର ସମ୍ଭାବନା ରହିଛି । ଏଥି ସହିତ ଅଗଷ୍ଟ ୪ ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟ ଏକ ଲଘୁଚାପ ଏହି ଲଘୁଚାପ ସହ ମିଶିଯିବାର ସମ୍ଭାବନା ରହିଛି । ଏହା ଫଳରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ଏହାର ପ୍ରଭାବରେ ଅଗଷ୍ଟ ୩ ରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବାବେଳେ ଅଗଷ୍ଟ ୪ ଏବଂ ୫ ସୁଦ୍ଧା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅଗଷ୍ଟ ୪ ରୁ ୬ ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ଢ଼େଙ୍କାନାଳ, ଅନୁଗୁଳ, ସୋନ୍‌ପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ସମ୍ବଲପୁର, ବରଗଡ, ଝାରସୁଗୁଡା ଓ କଳାହାଣ୍ଡି ପ୍ରଭୃତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସ ମ୍ଭାବନା ରହିଛି ବୋଲି ଡଃ ସାହୁ କହିଛନ୍ତି ।

Leave A Reply

Your email address will not be published.