୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ସ ହିଷ୍ଟ୍ରି

0 295

ଭୁବନେଶ୍ୱର,୯/୪(ଏସଏସନିୟୁଜ)ରାଜ୍ୟରେ ଏବେ ୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଟ୍ରାଭେଲ୍ସ  ହିଷ୍ଟ୍ରିପ୍ରଦାନ କରାଯାଇଛି । ଏନେଇ ସୁଚନା ଲୋକସର୍ମ୍ପକ ବିଭଗ ପକ୍ଷରୁ ଟୁଓିଟ୍ ମାଧ୍ୟମରେ ଜଣାଇ ଦିଆଯାଇଛି ।
୨୦ନଂ ଆକ୍ରାନ୍ତ- ଗୋଳମୁଣ୍ଡା,କଳାହାଣ୍ଡିର ୨୯ବର୍ଷ ବ୍ୟକ୍ତି-ମାର୍ଚ୍ଚ୧୭ତାରିଖରେ ଫ୍ଲାଇଟରେ ବାହରିନରୁ ଦିଲ୍ଲୀ ଯାଇଥିଲେ ।ସେଠାରୁ ୧୮ତାରିଖରେ ହାଇଦ୍ରାବାଦ,ଏୟାରପୋର୍ଟରୁ ସିଟିବସରେ ବସଷ୍ଟାଣ୍ଡ.ଏକଢାବାରେ ଡିନର କରି ହାଇଦ୍ରାବାଦରୁ ବିଶାଖାପାଟଣାମ ଯାଇଥିଲେ ।୧୯ତାରିଖରେ ଟ୍ରେନରେ ରାୟଗଡା, କେସିଙ୍ଗା, ବେହେରାଗୁଡା ହୋମକ୍ୱାରେଟାଇନରେ ଆସି ରହିଥିଲେ । ତାଙ୍କର ୪ତାରିଖରେ ପଜିଟିଭ ବୋଲି ରକ୍ତନମୁନାରୁ ଜଣାପଡିବାପରେ ୫ତାରିଖରେ ଅଶ୍ୱିନି ହ୍‌ସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
୫ନଂ-୬୦ବର୍ଷ ସୁର୍ଯ୍ୟନଗରଭୁବନେଶ୍ୱର-୫ତାରିଖରେ ସୁର୍ଯ୍ୟନଗରରେ ଥିବା ମହାଶକ୍ତକ୍ଲିନିକ କୁ ଯାଇଥିଲେ ।୧୨ତାରିଖରେ ପୁଣି ଏହି କ୍ଲିନକ୍‌କୁ ଯାଇଥିଲେ ।୨୭ରେ ସମ ହ୍‌ସପିଟାଲ,୨୮ରେ ଏମ୍ସ ଓପିଡିରୁ ଘରକୁ ଆସିଥିଲେ ।ସେହିଦିନ ପୁଣି ଆଡମିସନ ହେଲେ ଏମ୍ସରେ,୧ତାରିଖରେ ପଜିଟିଭ ବୋଲି ଜଣାପଡିବାପରେ ଚିକିସ୍‌ା ଜାରି ରହିଛି ।
୪ନଂ-ଭଦ୍ରକର୨୯ବର୍ଷ – ଦୁବାଇଫେରନ୍ତା-ଫ୍ଲାଇଟ ଯୋଗେ ୧୮ମାର୍ଚ୍ଚରେ ଦୁବାଇରୁ କଲିକତା ,କଲିକତା ଷ୍ଟେସନରୁ ଟ୍ୟାକ୍ସି ଯୋଗେ ହାଓଡା,ହାଓଡାରୁ ଟ୍ରେନ ଯୋଗେ ଭଦ୍ରକ ଓ ଭଦ୍ରକ ରେଳେଷ୍ଟସନରୁ ଘରକୁ ଫେରୁି ହୋମକ୍ୱାରେଟାଇନରେ ରହିଥିଲେ । ୩୦ତାରିଖରେ ରକ୍ତନମୁନା ସଂଗ୍ରହପରେ ୩୧ତାରିଖରେ ପଜିଟିଭ ଜଣାପଡିଥିଲା ।୧ତାରିଖରେ ଏସ୍‌ସିବିରେ ଆଡମିସନ ହୋଇ ୩ତାରିଖରେ ଅଶ୍ୱିନି ହ୍‌ସପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।
୪୩ନଂ– ଢେଙ୍କାନାଳ ର ୫୧ବର୍ଷରମହିଳା- ଦିଲ୍ଲୀ -ନିଜାମଉଦିନରୁ ଫେରିଥିବା କିଛି ଲୋକଙ୍କ ସଂର୍ଶଷରେ ୧୦-୧୭ତାରିଖ ମଧ୍ୟରେ ଆସିଥିଲେ ।୧୮ମାର୍ଚ୍ଚ ରୁ୨ଏପ୍ରିଲ ପର୍ଯ୍ୟନ୍ତ ଢେଙ୍କାନାଳ ମିନାବଜାର ସ୍ଥିତ ଘରେ ହୋମକ୍ୱାରେଟାଇନରେ ରହିଥିଲେ । ୩ତାରିଖ ଦିନ ତାଙ୍କର ୯ନଂଓାର୍ଡର ଇନଷ୍ଟିସ୍ୟୁନାଲ କରୋନାଟାଇନକୁ ସ୍ଥାନାନ୍ତର କରାଯାଇଥିଲା । ୪ତାରିଖରେ ତାଙ୍କର ସାମ୍ପୁଲ ଟେଷ୍ଟ ପାଇଁ ନିଆଯାଇଥିବାବେଳେ ୮ତାରିଖରେ କରୋନା ପଜିଟିଭ ଜଣାପଡିବାପରେ ଅଶ୍ୱିନିହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
୪୪ନଂ-୭ତାରିଖରେ ପଶ୍ଚିମବଙ୍ଗ ମେଦିନପୁର ଅଂଚଳରୁ ଆମ୍ବୁଲାନ୍ସ ଯୋଗେ ଆସିଥିଲେ । ସେହିଦିନ ରାତିରେ ବାଲେଶ୍ୱର ବାଇପାଶରେ ଥିବା ଏକ ଚାଷ୍ଟଲରେ ଅଟକିଥିଲେ । ୮ତାରିଖରେ ସେ ଆପୋଲୋ ହ୍‌ସପିଟାଲର ଆଇସୋଲେସନରେ ଭର୍ତି ହୋଇଥିଲେ ।୯ତାରିଖରେ ତାଙ୍କର ପଜିଟିଭ ଜଣାପଡିବା ପରେ ତାଙ୍କୁ କିମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।
୪୦ନଂ-୩୨ବର୍ଷ କେନ୍ଦ୍ରାପଡା ଦୁବାଇଫେରନ୍ତା-୨୧-୨୨ମାର୍ଚ୍ଚରେ ଫ୍ଲାଇଟ ଯୋଗେ ଦୁବାଇରୁ ଦିଲ୍ଲୀ,୨୪ରେ ଦିଲ୍ଲୀରୁ ଭୁବନେଶ୍ୱର, ଓ ଟ୍ୟାକ୍‌ସି ଯୋଗେ ଭୁବନେଶ୍ୱର ବିମାନବନ୍ଦରଠାରୁ କେନ୍ଦ୍ରାପଡା ଆସିଥିଲେ ଓ ହୋମକ୍ୱାରେଟଟାଇନରେ ରହିଥିଲେ ।୬ତାରିଖରେ ପଜିଟିଭ ବୋଲି ଜଣାପିବାପରେ ଅଶ୍ୱନି ହ୍‌ସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.