୬୮ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗୀତା-୨୦୧୯

0 239

ଭୁବନେଶ୍ୱର,୧୬/୧୨(ଏସଏସନିଉଜ)ଓଡିଶା ପୋଲିସ ଆନୁକୁଲ୍ୟରେ ଚଳିତବର୍ଷ ୬୮ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗୀତା ସୋମବାରଦିନ ଭୁବନେଶ୍ୱର ସପ୍ତମ ବାଟାଲିୟନଠାରେ ଉଦଘାଟିତ ହୋଇଯାଇଛି ।ଉଦଘାଟନୀ ଉସବରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥିଭାବେ ଯୋଗଦାନ କରି ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।ସେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଶ୍ରୀଅଭୟ ଓଡିଶା ପୋଲସିକୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ଅଲଇଣ୍ଡିଆପୋଲିସ ସ୍ପୋର୍ଟ୍ସ କଂଟ୍ରୋଲବୋର୍ଡକୁ କୃତଜ୍ଞତା ଜଣାଇଥିଲେ ।ପରିଚାଳନାକମିଟିର ସମ୍ପାଦକ ଶ୍ରୀ ଅମିତାଭ ଠାକୁର ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବାବେଲେ ଉପାଧକ୍ଷ ତଥା ପୋଲିସ କମିସନର ଡା.ସୁଧାଂଶୁ ଷଡଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥଲେ । ଉପାଧକ୍ଷ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ପ୍ରତିଯୋଗୀତା କଳିଙ୍ଗଷ୍ଟାଡିୟମଠାରେ ୧୬ତାରିଖଠାରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ସର୍ବଭାରତୀୟ ପ୍ରତିଯୋଗୀତାରେ ଅନ୍ୟୁନ ୨୩ଟି ଦଳରୁ ୫୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।ଲିଗ୍ କମ୍ ନକ୍ ଆଉଟ ଆଧାରରେ ହେଉଥିବା ଏହି ପ୍ରତିଯୋଗୀତାରେ କେନ୍ଦ୍ରିୟପୋଲିସ ଦଳରୁ ପ୍ରାୟ ୨୦୦ଜଣ ପ୍ରଶିକ୍ଷକ ଓ ଅଧିକାରୀ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ କ୍ରିଡା ଓ ଯୁବସେବା ବିଭାଗ ସହଯୋଗୀତାରେ ସର୍ବଭାରତୀୟ ପୋଲିସ କଂଟ୍ରୋଲବୋର୍ଡର ଦିଗଡର୍ଶନ ରେ ଏହି ପ୍ରତିଯୋଗୀତା ଓଡିଶା ପୋଲିସଦ୍ୱାରା ଆୟୋଜନ କରାଯାଉଛି । ରାଜ୍ୟ ସରକାରଙ୍କର ସିକୃତିପ୍ରାପ୍ତ କ୍ରିଡା ମାସ୍କଟ ଓଲିକୁ ଏହି ପ୍ରତିଯୋଗୀତାରେ ମାସ୍କଟ ଭାବେ ଗ୍ରହଣ କରାଯାଇଛି । ଓଲି ହେଉଛି ଓଡିଶାର ବିରଳ ଅଲିଭ୍ ରିଡେଲ୍ କଇଁଛ ।ଉଦଘାପନି ଉସବରେ ଗୃହରଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦାନ କରିବେ ।

Leave A Reply

Your email address will not be published.