୯୫ଜଣ କରୋନା ଯୋଦ୍ଧା ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ – ଡିଜିପି

0 192

ଭୂବନେଶ୍ୱର,୨୦ା୭(ଏସ୍‌ଏସ୍‌ନିୟୁଜ) ଓଡିଶା ପୋଲିସର ୯୫ଜଣ କରୋନା ଯୋଦ୍ଧା କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶଂସାପତ୍ର ପ୍ରଦାନ କରାଯିବ ବୋଲି ଡିଜିପି କହିଛନ୍ତି ।କାର୍ଯ୍ୟ ସଂପାଦନ ସମୟରେ ଓଡିଶାପୋଲିସର ଅନେକ କରୋନା ଯୋଦ୍ଧା କୋଭିଡ୍‌-୧୯ରେ ସଂକ୍ରାମିତ ହୋଇଛନ୍ତି ।ତଥାପି ଲୋକଙ୍କ ସେବାରେ ସମର୍ପିତ ଏହି ପୋଲିସ ଯୋଦ୍ଧାମାନଙ୍କ ଦୃଢ ମନୋବଳ ଓ ଉସ୍‌ାହ ରେ କରୋନା କୈାଣସି ପ୍ରଭାବ ପକାଇପାରିନି ।ସେମାନେ କୋଭିଡ୍‌-୧୯କୁ ପରାସ୍ତ କରି ସେମାନଙ୍କ କାର୍ଯ୍ୟରେ ସମ୍ମୁଖ ଯୋଦ୍ଧାଭାବେ ପୁନଃ ଯୋଗଦାନ କରିଛନ୍ତି ।ଜନସେବାରେ ଉସ୍‌ର୍ଗୀକୃତ ଏହି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଓଡିଶା ପୋଲିସ ଗର୍ବିତ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି ।ସଧାରଣ ଜନତାଙ୍କ ସେବାରେ ସମର୍ପିତ ଏହି ପୋଲିସ ଯୋଦ୍ଧାମାନଙ୍କୁ ସେମାନଙ୍କ କର୍ତବ୍ୟନିଷ୍ଠା,ସମର୍ପଣ ମନଭାବ ଓ ପ୍ରତିଶୃତିବଦ୍ଧତା ପାଇଁ ଓଡିଶା ପୋଲିସ ତରଫରୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶଂସାପତ୍ର ପ୍ରଦାନ କରି ଉସ୍‌ାହିତ କରିବେ । କୋଭିଡ-୧୯ବିରୁଦ୍ଧରେ ଅନ୍ୟ ଆଗଧାଡିର ଯୋଦ୍ଧା ଓ ଓଡିଶାର ଜନସାଧାରଣଙ୍କ ସହ ମିଶି ଓଡିଶା ପୋଲିସ ଆଗକୁ କାମ କରି ଚାଲିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.