କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ

0 1,071

ଭୁବନେଶ୍ୱର,୧୭/୮(ଏସ ଏସ ନିୟୁଜ) ସବୁ କଲ୍ପନା ଜଳ୍ପନା ର ଅନ୍ତ  ଘଟି  ସୋମବାର କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି।କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିଲା ଅତିରିକ୍ତ ଡିସିପି କିଶୋର ଚନ୍ଦ୍ର ପାଟଶାଣୀଙ୍କୁ ଡ଼ିସିପି ଅଫିସଜୁ ବଦଳି କରଯାଇଛି। ସେହିପରି କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ଡିସିପି ଅଫିରେ ଥିବା ଗୁଇନ୍ଦା ବିଭାଗ(ଆଇବି)କୁ ବଦଳି କରାଯାଇଛି।

କମିଶନରେଟ ମୁଖ୍ୟାଳୟରେ ଥିବା ଭାରତଚନ୍ଦ୍ର ସାହୁଙ୍କୁ କ୍ୟାପିଟାଲ ଥାନା ଅଧିକାରୀ ଭାବେ ଦାଇତ୍ୱ ମିଳିଛି। ପିପିଲିରୁ ଆସିଥିବା ଶରତଚନ୍ଦ୍ର ସାହୁଙ୍କୁ ନୟାପଲି ଥାନାକୁ ବଦଳି କରାଯାଇଛି। କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଯୁବରାଜ ସ୍ୱାଇଁଙ୍କୁ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ନୟାପଲି ଥାନାରେ ଥିବା ଅରୁଣ କୁମାର ସ୍ୱାଇଁଙ୍କୁ ଖାରବେଳ ନଗର ଥାନା ଦାଇତ୍ୱ ମିଳିଛି। କ୍ୟାପିଟାଲ ଥାନାରେ ଥିବା ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଲଷ୍ମୀସାଗର ଥାନା କୁ ବଦଳି କରାଯାଇଛି। ଖରାବେଳେନଗର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତିଙ୍କୁ ନନ୍ଦନକାନନ ଥାନାକୁ ବଦଳି କରାଯାଇଛି। କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଦୀପକ ମିଶ୍ରଙ୍କୁ ଏୟାରଫିଲଡ଼ ଥାନାକୁ ବଦଳି କରାଯାଇଛି। ଚନ୍ଦ୍ରଶେଖରପୁର ଥାନାରେ ଥିବା ବିଶ୍ୱରଞ୍ଜନ ନାୟକଙ୍କୁ ବଡଗଡ଼ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ପୋଲିସ କଣ୍ଟ୍ରୋଲ ରୁମ୍ରେ ଥିବା ଅଞ୍ଜଳି ଛୋଟରାୟଙ୍କୁ ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନାକୁ ବଦଳି କରାଯାଇଛି। ଲଷ୍ମୀସାଗର ଥାନା ଅଧିକାରୀ ଥିବା ଦୟନୀୟ ନାୟକଙ୍କୁ ଧଉଳି ଥାନା, ଚନ୍ଦ୍ରଶେଖରପୁର ଥାନାରେ ଥିବା ପ୍ରମୋଦ କୁମାର ପଟନାୟକଙ୍କୁ ତମାଣ୍ଡୋ ସହିଦନଗର ଥାନାରେ ଥିବା ବିରଞ୍ଚି ନାରାୟଣ ପତିଙ୍କୁ ଚୌଦ୍ୱାର ଥାନାକୁ ବଦଳି କରାଯାଇଛି। ଖଣ୍ଡଗିରି ଥାନାରେ ଥିବା ରଶ୍ମିରଞ୍ଜନ ମହାପାତ୍ରଙ୍କୁ ବାଦାମବାଡ଼ି ଥାନାକୁ ବଦଳି କରାଯାଇଛି। ସେହିପରି ବାଦାମବାଡ଼ିରେ ଥିବା ହିମାଂଶୁ ଭୂଷଣ ସ୍ବାଇଁଙ୍କୁ ସହିଦନଗର ଥାନାକୁ ଵଦଳି କରାଯାଇଛି। ମର୍କଟନଗର ଥାନା ଅଧିକାରୀ ଥିବା ରବୀନ୍ଦ୍ର ନାଥ ମେହେରଙ୍କୁ ଜଗତପୁର ଥାନାକୁ ବଦଳି, ଜଗତପୁର ଥାନାରେ ଥିବା ପ୍ରଦୀପ୍ତ କିଶୋର ନାୟକଙ୍କୁ ମର୍କତନଗର ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ଚୌଦ୍ୱାର ଥାନାରେ ଥିବା ପଦ୍ମନାଭ ପ୍ରଧାନଙ୍କୁ ଖଣ୍ଡଗିରି ଥାନାକୁ ବଦଳି କରାଯାଇଛି।

Leave A Reply

Your email address will not be published.