ସେନାରେ ମହିଳା ଅଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ

0 210

ନୂଆଦିଲ୍ଲୀ୨୩/୭ (ଏସଏସନିୟୁଜ)ରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବା ପାଇଁ ଔପଚାରିକ ନିର୍ଦେଶ ଜାରି କରିଛନ୍ତି। ଏହି ପ୍ରକାର ସେନାରେ ମହିଳା ଅଧିକାରୀଙ୍କୁ ବଡ଼ ଭୂମିକା ନିର୍ବାହ କରିବା ପାଇଁ ଅଧିକାର ସମ୍ପନ୍ନ କରିବାର ମାର୍ଗ ପ୍ରାସ୍ତ ହୋଇଯାଇଛି। ଉଚ୍ଚତମ ନ୍ୟାୟାଳୟ ଫେବୃୟାରୀ ୧୭ତାରିଖରେ ଏକ ଆବେଦନ ଉପରେ ଶୁଣାଣି ପରେ ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଏବଂ କମାଣ୍ଡ ପୋଷ୍ଟ ଦିଆଯିବାର ଆଦେଶ ଦେଇଥିଲେ ଏବଂ ସରକାରଙ୍କୁ ବିଚାର କରିବାକୁ ୩ମାସର ସମୟ ଦେଇଥିଲେ। ଏହି ମାମଲାକୁ ପୁଣି ଥରେ ଉଠାଯିବାରୁ ଜୁଲାଇ ୭ତାରିଖରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରକୁ ମାସକର ସମୟ ଦେଇଥିଲା।

Leave A Reply

Your email address will not be published.