ଆଗତ ହେଲା ଅତିରିକ୍ତ ବଜେଟ

ଭୁବନେଶ୍ୱର,୧୩/୧୧-ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ । ୨୦୧୯-୨୦ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞନ ପୁଜାରୀ ଗୃହରେ ବଜେଟ ବ୍ୟୟ ମଞୁରୀବିଲ୍ ଆଗତ କରିଥିବାବେଳେ ଅତିରିକ୍ତ ବଜେଟର ପରିମାଣ ମୋଟ ୮୧୨୬.୩୨କୋଟି ଟଙ୍କା ରହିଛି ।ତେବେ ଗୃହରେ ବିରୋଧିଙ୍କ ଆରମ୍ଭରୁ ପ୍ରବଳ ହୋହଲ୍ଲା ,ହଟଗୋଳ ସତ୍ୱେ ଆଗତ ହୋଇଛି ଅତିରିକ୍ତ ବଜେଟ । ପୁର୍ବରୁ ବିଭିର୍ଣ ବିଭାଗ ପାଇଁ ମୋଟ ୧,୩୯,୦୦୦,୦୦କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ଏବେ ଆଉ ୮୧୨୬.୩୨କୋଟି ଟଙ୍କାର ଅତିରିକ୍ତ ବଜେଟ ଅଟକଳ କରାଯାଇଛି ।

Comments (0)
Add Comment