ଅଗଷ୍ଟ ୧୬ରେ ଖୋଲିବ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର

0 482

ସଂକ୍ଷେପରେଆଜି ଦିନସାରାର ଖବର ,ତାରିଖ : ୦୬/୦୮/୨୦୨୦ (ଗୁରୁବାର)
➡ମିସ୍ ଇଣ୍ଡିଆ ଫାଇନାଲଲିଷ୍ଟଙ୍କ ମୁଣ୍ଡରେ ଆଇଏଏସର ତାଜ୍ । ସୁନ୍ଦର ଚେହେରା, ବିଚକ୍ଷଣ ବୁଦ୍ଧି ଥିବା ଝିଅ ବନିଲେ ପ୍ରଶାସିକା ।
➡ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ପଞ୍ଜିକରଣ ପ୍ରସ୍ତାବ, କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ ହେବ ।
➡ପୁଣି ୧୦ ଜୀବନ ନେଲା କରୋନା,ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ।
➡ରାଜ୍ୟରେ ଆଜି ୧୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୦,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ।
➡ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ହେବ ଫାୟାର ସେପ୍ଟିଂ ଯାଞ୍ଚ : ଅଗ୍ନିଶମ ଡିଜି ।
➡ତେଲ ନଦୀରେ ଦୁର୍ଘଟଣା । ପାଣିରେ ବୁଡି ୩ ଶିଶୁ ମୃତ ।
➡ଆଦିତ୍ୟ ଦାସ ମୃତ୍ୟୁ ମାମଲା – ପତ୍ନୀ ଓ ସହକର୍ମୀଙ୍କ ହୋଇପାରେ ପଲିଗ୍ରାଫ ଟେଷ୍ଟ ।
➡ଅସ୍ତରଙ୍ଗରେ କେଳୁଣୀ ମୁହାଣ ବନ୍ଦ ଯୋଗୁଁ ଜଳବନ୍ଦୀରେ ୩ ଗାଁ।
➡ଖୋର୍ଦ୍ଧା ଏସପିଙ୍କୁ କରୋନା : ସ୍ୱାବ୍ ଟେଷ୍ଟ ପରେ ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ଆକ୍ରାନ୍ତ ଚିହ୍ନଟ; ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହିଲେ ଏସପି ।
➡ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କୁ କରୋନା,
➡ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୯ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।
➡ଲୋକସେବା ଭବନରେ କରୋନା – ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ ପଜିଟିଭ୍ ।
➡ନୂଆ CAG ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ।
➡ଗଞ୍ଜାମରେ କୋଭିଡ ପଜିଟିଭ୍ ମାମଲା ହ୍ରାସ ପାଉଛି, ବ୍ୟବସାୟୀଙ୍କୁ ପଞ୍ଚସୂତ୍ରର ପାଳନ କରିବାକୁ କହିଲେ ଗଞ୍ଜାମ ଜିଲ୍ଲାପାଳ ।
➡ପୁରୀ ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ଶ୍ରୀଜଗନ୍ନାଥ ଷ୍ଟାଡିୟମ କାମ ୬ ମାସରେ ସାରିବାକୁ ନିର୍ଦ୍ଦେଶ ।
➡ଅଣ ଅନୁଦାନ ପ୍ରାପ୍ତ ନିଖିଳ ଓଡ଼ିଶା ୧୭୭ ହାଇସ୍କୁଲ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ ।
➡କୋଭିଡ୍-୧୯ ସଂକ୍ରମଣ ମୁକାବିଲା ଲାଗି ରାଜ୍ୟମାନଙ୍କ ପାଇଁ ୮୯୦. ୩୨ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ରିଲିଜ୍ କଲେ କେନ୍ଦ୍ର ସରକାର ।ଏହା ହେଉଛି ଆର୍ଥିକ ପ୍ୟାକେଜ୍‌ର ଦ୍ବିତୀୟ କିସ୍ତି।
➡ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ମୁମ୍ବାଇ, ଭାଙ୍ଗିଲା ୪୬ ବର୍ଷ ର ରେକର୍ଡ । ଉଚ୍ଚ ଜୁଆରର ଆଲର୍ଟ ସହ ଲୋକଙ୍କୁ ଘରେ ରହିବାକୁ ଅପିଲ୍ ।
➡କମିବ ନାହିଁ EMI, ଅପରିବର୍ତ୍ତିତ ରହିବ ରେପୋ ରେଟ୍ : ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ୩ ଦଶମିକ ୫ ପ୍ରତିଶତରେ ସ୍ଥିର; କମିବ ନାହିଁ ଲୋନ୍ ଇଏମଆଇ, ଆରବିଆଇର ତ୍ରୟମାସିକ ନିଷ୍ପତ୍ତି, ସୁନା ଦାମର ୯୦ ପ୍ରତିଶତ ଯାଏଁ ମିଳିବ ଋଣ ।
➡୫ମାସ ପରେ ଅଗଷ୍ଟ ୧୬ରେ ଖୋଲିବ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର, ଜମ୍ମୁ-କଶ୍ମୀର ପ୍ରଶାସନର ନିଷ୍ପତ୍ତି ।
➡ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଶିଳାନ୍ୟାସ ହେବା ପରେ ପରେ ୨୫୦ ମୁସଲମାନ୍ ହିନ୍ଦୁଧର୍ମ ଗ୍ରହଣ ।ରାଜସ୍ଥାନର ବାଡ଼ମେର୍ ସହରର ପାୟଲା କଲ୍ଲା ପଞ୍ଚାୟତର ୫୦ ମୁସଲମାନ ପରିବାରର ସମସ୍ତ ସଦସ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି।
➡ଟିଭି ଜଗତର ଜଣାଶୁଣା ଅଭିନେତା ସମୀର ଶର୍ମା କଲେ ଆତ୍ମହତ୍ୟା ।
➡୨୦୨୨ ମାର୍ଚ ସୁଦ୍ଧା ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରୁଟ୍‌ରେ ଘଣ୍ଟା ପ୍ରତି ୧୬୦ କିଲୋମିଟର୍ ବେଗରେ ଚାଲିବ ପାସେଞ୍ଜର୍ ଟ୍ରେନ୍ , ରେଳ ମନ୍ତ୍ରାଳୟ ର ଲକ୍ଷ୍ୟ ।
➡ଜାମ୍ମୁ ଓ କାଶ୍ମୀରର ନୂତନ ଉପରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ।
➡ମହିଳା ଯବାନଙ୍କ ପରାକ୍ରମରେ ଥରହର ଶତ୍ରୁ ଦେଶ । ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଏବେ ନାରୀ ଶକ୍ତି ହାତରେ କାଶ୍ମୀରର ସୁରକ୍ଷା ଭାର । ଷଡ଼ଯନ୍ତ୍ରର କଡ଼ା ଜବାବ ଦେବେ, ଶତ୍ରୁକୁ ନିପାତ କରିବେ ।
➡ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଶ୍ରେଷ୍ଠ ସ୍ଥାନ ହାସଲ କଲେ କୋହଲି, ଦ୍ୱିତୀୟରେ ରୋହିତ ।

Leave A Reply

Your email address will not be published.