ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନା ରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ

0 445

ନୂଆଦିଲ୍ଲୀ :୧୦/୯(ଏସଏସଏନ)  ଆଜି ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ଏନେଇ ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ସକାଳ ୧୦ ଟାରେ ଆୟାଜିତ ହେବ । ଏହି କାର୍ଯ୍ୟକ୍ରମରେ  ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଯୋଗ ଦେବେ । ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅମ୍ବାଲା ବିମାନଘାଟୀଠାରେ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ  ଭାରତୀୟ ବାୟୁ ସେନାକୁ ହସ୍ତାନ୍ତର କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଯୋଗଦାନ ଯୋଗୁଁ ଅମ୍ବାଲା ବାୟୁସେନା ଷ୍ଟେସନ ତଥା ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ବୃଦ୍ଧି କରାଯାଇଛି। ଗୁପ୍ତଚର ଏଜେନ୍ସିଗୁଡ଼ିକ ପ୍ରତି ସେକେଣ୍ଡରେ ଖବର ସଂଗ୍ରହ କରୁଛନ୍ତି ।ସୂଚନାଯୋଗ୍ୟ ଗତ ମାସ ୨୯ ତାରିଖରେ ୫ଟି ଯାକ ରାଫେଲ ଯୁଦ୍ଧବିମାନ ଭାରତରେ ଆସି ପହଞ୍ଚିଥିଲା। ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ବିମାନବାହିନୀରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ଦଫାରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ପାଇଛି। ସେଗୁଡ଼ିକ ମଧ୍ୟରେ ୩ଟି ସିଙ୍ଗିଲ ସିଟେଡ୍‍ ବିମାନ ଥିବାବେଳେ ୨ଟି ଡବଲ ସିଟେଡ୍‍ ବିମାନ ରହିଛି।ତେବେ ରାଫେଲ୍ ବିମାନର ୧୦ ଟି  ବିଶେଷତ୍ବ ରହିଛି ।

Leave A Reply

Your email address will not be published.