ଆଜି ଭୁବନେଶ୍ୱରରୁ ୩୭୦ ପଜିଟିଭ ଚିହ୍ନଟ

0 268

ଭୁବନେଶ୍ୱର,୧୯/୮(ଏସ ଏସ ନିୟୁଜ ) ରାଜଧାନୀ ଭୁବନେଶ୍ୱରରେ ଆଜି ୩୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୫୦ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୬୦୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୪୦ଜଣ ସୁସ୍ଥ ହୋଇଛନ୍ତି ଓ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ୨୨୦୧ଜଣ ଚିକିତ୍ସାଧୀନ ଅବସ୍ତାରେ ଅଛନ୍ତି ।

Leave A Reply

Your email address will not be published.