ଆଜି ସକାଳର ଖବର

0 326

ଆଜି ସକାଳର ଖବର,ତାରିଖ ୦୪/୦୭/୨୦,ଶନିବାର

 ୧-ଗତକାଲି ରଥାରୁଢ଼ ତିନି ଠାକୁରଙ୍କ ତିନି ରଥରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି ।
୨-ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ  ଯାତ୍ରୀବାହୀ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି ।
୩-ଭାରତ ଓ ଚୀନ ମଧ୍ୟରେ ଉତେଜନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ଲାଦଖ ଗସ୍ତରେ ଯାଇଛନ୍ତି କ୍ଷ
୪-କରୋନା ପାଇଁ ଦେଶୀ ଭ୍ୟାକସିନ୍ କୁହାଯାଉଥିବା କୋଭାସ୍କିନ୍ (COVAXIN) ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧିନତା ଦିବସ ଅବସରରେ ଲଞ୍ଚ୍ ହେବ ବୋଲି ଜଣାପଡ଼ିଛି।
୫-କିନ୍ନରଙ୍କ ପାଇଁ ଖୁସି ଖବର : ଏଥର ପାଇବେ ଭତ୍ତା ; ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା ।
୬-ପରଲୋକରେ ବଲିଉଡ୍ କୋରିଓଗ୍ରାଫର ସରୋଜ ଖାନ୍ ।
୭-ଲୋକପ୍ରିୟ ଭିଡ଼ିଓ କନଫରେନ୍ସିଂ ଆପ୍ ଜୁମ୍ କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ଜିଓମିଟ୍ ।
୮-ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ।
୯-ଉତ୍ତରପ୍ରଦେଶ କାନପୁରରେ ଗତକାଲି ଅପରାଧୀଙ୍କୁ ଧରିବାକୁ ଯାଇଥିବା ବେଳେ ୮ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ୧୦-ସେପ୍ଟେମ୍ବରକୁ ଘୁଞ୍ଚିଲା ଜେଇଇ ଓ ନିଟ୍ ପରୀକ୍ଷା ।
୧୧-ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦ ଟଙ୍କା
୧୨-ପୁଣିଥରେ ଭୂକମ୍ପ ଝଟକାରେ ଥରିଛି ଜାତୀୟ ରାଜଧାନୀ ଦିଲ୍ଲୀ।ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି।
୧୩-ଶୁକ୍ରବାର ରାଜ୍ୟରେ ସର୍ବାଧିକ ୫୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬।ରାଜ୍ୟରେ ସୁସ୍ଥ ହେଲେ ୨୦୩ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫,୭୦୫କୁ ବୃଦ୍ଧି ।

Leave A Reply

Your email address will not be published.