ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

0 214

ତାରିଖ ୧୮/୦୫/୨୦, ସେ।ମବାର ,ଧନୁ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ଏକାଦଶୀର ଏକୋଦିଷ୍ଠ ଶ୍ରାଦ୍ଧ , ଜ୍ୟେଷ୍ଠ -କୃଷ୍ଣପକ୍ଷ
ତିଥି –ଏକାଦଶୀ ,ଆଜିର ରାଶିଫଳ
ମେଷ :- ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ :-ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜ ଚେଷ୍ଠା ଦ୍ବାରା ଆଶ୍ବସ୍ତି ଅନୁଭବ କରିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ ଅଯଥା କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।
ମିଥୁନ :- କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ : -ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ :- ଆଜି ଆପଣ ନିତିଦିନ କାର‌୍ୟ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ  କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ପୁରୁଣାବନ୍ଧୁଙ୍କ ସହ ସାଖ୍ୟତ ଆଲୋଚନାଦ୍ବାରା ମନୋମାଳିନ୍ୟ ଦୂରହୋଇଜିବ ।
କନ୍ୟା : -ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତାଫ ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟ।ଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା :- ଆଜି ଆପଣଙ୍କର କରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । କରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ପାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା :- ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ଧନୁ : -ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର :- ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ । ଦମ୍ପତିଙ୍କ ସନ୍ତାନ ଚିନ୍ତା ଦୂରହେବ।
କୁମ୍ଭ :- ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ବିଚଳିତ ଓ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ସମୟକୁ ଅପେକ୍ଷାକରନ୍ତୁ ।
ମୀନ :- ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି।

Leave A Reply

Your email address will not be published.