ଆଜିର ଅନୁଚିନ୍ତା

ତାରିଖ - ୨୮:୧୨:୨୦୨୦ ( ସୋମବାର )

0 383

➡️ଯାହା ବି କରୁଛ କର ନିଜ ପାଇଁ ଖାଅ, ପିଅ , ଭଲ ପୋଷାକ ପିନ୍ଧ , ଦାନ କର, ଜୀବନର ଲକ୍ଷ୍ୟ ବି ରଖ ।ଅପଚୟ ଓ ଅହଙ୍କାରଠୁ ସବୁବେଳେ ଦୂରେଇ ରୁହ, ମନେ ରଖ ତୁମେ ପୃଥିବୀରେ ଅତିଥି, ମାଲିକ ନୁହେଁ ।
➡️କାହାର ଦୁଃଖ ସମୟରେ ଥଟ୍ଟା ପରିହାସ କରିବା ଉଚିତ୍ ନୁହେଁ, କିଏ ଜାଣେ ସମୟ କେତେବେଳେ ବଦଳି ଯିବ ଓ ଆମର ସେହି ପରିସ୍ଥିତି ହୋଇଯିବ ।
➡️ଚିତା ଆଉ ଚିନ୍ତା ଭିତରେ କେବଳ ଏତିକି ଫରକ — ଚିତା — ଗୋଟିଏ ନିର୍ଜୀବକୁ ଜାଳି ପୋଡି ପାଉଁଶ କରିଦେଇଥାଏ ,ଆଉ ଚିନ୍ତା — ଗୋଟିଏ ଜୀବିତକୁ ଜାଳି ପୋଡି ପାଉଁଶ କରିଦେଇଥାଏ ।
➡️ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ ।ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ ।
➡️ଜୀବନରେ ଗୋଟିଏ ଜିନିଷ କେବେ Delete ହୁଏନାହିଁ,ଆଉ ସେଇଟା ହେଉଛି ସ୍ମୃତି ।ଶୁଭ ସକାଳ,ଆଜିରଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ।।ଜୟ ଜୟ ସୋମନାଥ।।

Leave A Reply

Your email address will not be published.