ଅନ୍ୟମନସ୍କ ହେଲା କାଳ !

ଭୁବନେଶ୍ବର:୧୪/୧୧-ଜଣେ ବ୍ୟକ୍ତି କୁ ଅନ୍ୟମନସ୍କ ହେବା କାଳ ସାଜିଛି।ଏଭଳି ଘଟଣା ବାରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ଅନ୍ୟମନସ୍କ ହୋଇ ରେଳଧାରଣା ପାର୍ ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ଜୀବନ ଯାଇଛି ।ମୃତ ବ୍ୟକ୍ତି ଜଣକ ଢେଙ୍କାନାଳ ଅଞ୍ଚଳର ଗୋପାଳ ଚନ୍ଦ୍ର ଦାସ ବୋଲି ଜଣାପଡିଛି । ଯୋଗ୍ୟ ଯେ, ଢେଙ୍କାନାଳ ଅଞ୍ଚଳ ଦିଗମ୍ବର ପୁର  ନୂଆଗଡ ଗ୍ରାମର ଗୋପାଳ ଚନ୍ଦ୍ର ଦାସ । ବୟସ ୫୬ ବର୍ଷ । ସେ ଦୀର୍ଘ ଦିନ ହେବ ନନ୍ଦନକାନନ ଥାନା ଅଧିନ ଦାଢା ମୁଣ୍ଡା ସାହିରେ ନିଜ ପରିବାର ସହ ରହୁଥିଲା । ସେ ବୁଧବାର ଦିନ ଘରୁ ଆସି  ରାତିରେ ଘରକୁ ଫେରିନଥିଲା । ଗୁରୁବାର ଦିନ ବାରଙ୍ଗ ଷ୍ଟେସନ ଠାରୁ ଅଳ୍ପ ଦୂରତାରେ ଥିବା ପଦାସାହି ଗ୍ରାମମୁଣ୍ଡରେ ଥିବା  ରେଳଧାରଣା ଅନ୍ୟ ମନସ୍କ ହୋଇ ପାର୍  ହେଉଥିବା ବେଳେ ଭୁବନେଶ୍ବର ପଟୁ ଆସୁଥିବା ଚଳନ୍ତା ଟ୍ରେନ୍ ରେ ଧକ୍କା ହୋଇ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ କିଛି ଲୋକ ଶୌଚ ପାଇଁ ଯାଉଥିବା ବେଳେ ଖଣ୍ଡବିଖଣ୍ଡ ମୃତ ଶରିର ଦେଖି ବାରଙ୍ଗ ଜି ଆର୍ ପି କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରି ୮୭/୧୯ ନଂ ଅପମୃତ୍ୟୁ ମାମଲା ଋଜୁ କରି ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି ।

Comments (0)
Add Comment