ଏପ୍ରିଲ୧ରେ ୧୦ବ୍ୟାଙ୍କରମିଶ୍ରଣ-ଜାଣନ୍ତୁ ଆପଣଙ୍କ ବ୍ୟାଙ୍କ୍‌ର ସ୍ଥିତି

0 286

ଭୁବନେଶ୍ୱର୨୯/୩(ଏସଏସନିୟୁଜ)ଭାରତୀୟ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଦେଶରେ ବଡ ବ୍ୟାଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିର୍ଜଭବ୍ୟାଙ୍କ ଅଫଇଣ୍ଡିଆ(ଆରବିଆଇ) ଏପ୍ରିଲ ୧ମଧ୍ୟ ରାତ୍ରରୁ ୧୦ ସାର୍ବଜନିନ ବ୍ୟାଙ୍କର ମିଶ୍ରଣକୁ ମଞୁରି ଦେଇଛି । ଏହି ଆଧାରରେ ଓରିଏଂଟାଲବ୍ୟାଙ୍କ୍ ଅଫ୍‌କମର୍ସ ଓ ୟୁନାଇଟେଡ୍‌ ବ୍ୟାଙ୍କଅଫ୍‌ଇଣ୍ଡିଆର ମିଶ୍ରଣ ପଞାବ ନ୍ୟାସ୍‌ନାଲବ୍ୟାଙ୍କ୍‌ରେ ହେବ । ଏହପରି ସିଣ୍ଡିକେଟବ୍ୟାଙ୍କ୍‌ର ମିଶ୍ରଣ କନାରାବ୍ୟାଙ୍କ୍ ସହ ହେବ । ଆନ୍ଧ୍ରାବ୍ୟାଙ୍କ୍ ଓ କର୍ପୋରେସନବ୍ୟାଙ୍କ୍ ର ମିଶ୍ରଣ ୟୁନିୟନ୍‌ବ୍ୟାଙ୍କ୍ ଅଫ୍‌ଇଣ୍ଡିଆରେ କରାଯିବ । ସେହିପରି ଆହ୍ଲାବାଦବ୍ୟାଙ୍କ୍‌ର ବିଲୟ ଇଣ୍ଡିଆନ ବ୍ୟାଙ୍କ୍‌ରେ କରାଯିବ । ରିଜର୍ଭବ୍ୟାଙ୍କ ଚାରି ଅଲଗାଅଲଗା ବୟାନରେ କହିଛିଯେ, ଏହି ବିଲୟ ଏପ୍ରିଲ ୧ରୁ ଲାଗୁହୋଇଯିବ । ଆରବିଆଇ ଅନୁସାରେ ଓରିଏଂଟାଲବ୍ୟାଙ୍କ୍‌ଅଫ୍‌କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ୍ ଅଫଇଣ୍ଡିଆର ସମସ୍ତ ଶାଖା ଏପ୍ରିଲ୧ରୁ ପଞାବ ନ୍ୟାସନାଲବ୍ୟାଙ୍କ୍‌(ପିଏନବି)ରେ ଶାଖା ହିସାବରେ କାମ କରିବ ।ଅନ୍ୟପଟେ ସିଣ୍ଡିକେଟ୍ ବ୍ୟାଙ୍କ୍‌ର ଶାଖା କାନାରବ୍ୟାଙ୍କ୍‌ର ଶାଖା ଭାବେ କାମ କରିବ ।ଏହିପରି ଆନ୍ଧ୍ରାବ୍ୟାଙ୍କ୍ ଓ କର୍ପୋରେସନ ବ୍ୟାଙ୍କ୍‌ର ସମସ୍ତ ଶାଖା ୟୁନିୟନ ବ୍ୟାଙ୍କ୍‌ଅଫ୍ ଇଣ୍ଡିଆର ଶାଖାଭାବେ କାମ କରିବ ବୋଲି କହିଛନ୍ତି ।

Leave A Reply

Your email address will not be published.