ଅସରାଏ ବର୍ଷାରେ ଘରେ ପଶିଲା ପାଣି

0 909

ଭଦ୍ରକ,୭/୮(ଏସ୍‌.ଏସ୍‌.ନିୟୁଜ) ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ରେ ଭଦ୍ରକ ଜିଲ୍ଲା ର ପୁରାତନ ବନ୍ଦର ନଗରୀ ସହର ଚାନ୍ଦବାଲି ର ହାଲ ବେହାଲ ହୋଇଯାଇଛି । ଡ୍ରେନେଜ ସମସ୍ୟାର ସମାଧାନ ହୋଇପାରି ନଥିବା ରୁ ବର୍ଷା ପାଣି ନିଷ୍କାସନ ନ ହୋଇପାରି ଅଧିକାଂଶ ସ୍ଥାନରେ ଜମି ରହିଛି କ୍ଷ ଏମିତି ଲୋକଙ୍କ ଘର ଭିତରେ ବର୍ଷା ପାଣି ଲହଡି ମାରୁଥିବାର ଦେଖିବାକୁ ମିଳିଛି କ୍ଷ ବିଶେଷ କରି ଚାନ୍ଦବାଲି ଏନ୍‌.ଏ.ସିର ବିଭିନ୍ନ ୱାର୍ଡ ଡ୍ରେନେଜ ସବୁ ସଫା ହୋଇନଥିବାରୁ ବର୍ଷା ପାଣି ନିଷ୍କାସନ ନହୋଇପାରି ଡ୍ରେନେଜ ପାଣି ସହ ବର୍ଷା ପାଣି ରାସ୍ତାରେ ଜମି ରହିଛି କ୍ଷ ଏନ୍‌.ଏ.ସି ଅର୍ନ୍ତଗତ କାଳୀନଗର, ସତ୍ୟନାରାୟଣ କଲୋନୀ, ପାର୍କ ଗଳି,ଉର୍ଦ୍ଧୁ ସ୍କୁଲ ରୋଡ, ବରେହିଁ ପୁର ଆଦି ସ୍ଥାନମାନଙ୍କରେ ବର୍ଷା ପାଣି ନିଷ୍କାସନ ନହୋଇପାରି ପାଣି ଜମିରହିଥିଲା । ଏମିତିକି ଅତ୍ୟଧିକ ବର୍ଷା ହବାରୁ ଲହଡି ମାରୁଥିବାର ଦେଖା ଯାଇଛି । ତେବେ ବର୍ଷା ଦିନ ପୂର୍ବରୁ ଡ୍ରେନ ସବୁ ସଫା କରିବାକୁ ଅଂଚଳ ବାସି ଏ. ଏନ. ସି ଅଧିକାରୀଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ଡ୍ରେନ ସଫା ହୋଇନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଫଳରେ ଅସରାଏ ବର୍ଷା ରେ ପାଣି ନିଷ୍କାସନ ନହୋଇପାରି ଲୋକଙ୍କ ଘରେ ପାଣି ପଶୁଥିବାର ଦେଖିବାକୁ ମିଳିଛି । ରାସ୍ତାରେ ବର୍ଷା ପାଣି ଜମି ରହିଥିବା ରୁ ଯାତାୟତରେ ବାଧକ ସୃଷ୍ଟି ହୋଇ ଲୋକମାନେ ହଇରାଣ ହଉଥିବାର ହେଉଛନ୍ତି । ଆଗକୁ ଆହୁରି ବର୍ଷା ହେବାର ସମ୍ବାବନା ଥିବାରୁ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ଏନ୍‌.ଏ.ସି କର୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.