ଏଥର ସ୍ୱାଧୀନତା ଦିବସରେ ହେବନି ପରେଡ୍

0 229

ଭୁବନେଶ୍ୱର ,୧୧/୮ (ଏସ ଏସ ନିୟୁଜ ) ଚଳିତବର୍ଷ ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ ପାଇ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସମୟ ସ୍ଥିର ହୋଇଛି। ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ପୋଲିସ ପକ୍ଷରୁ ପରେଡ୍ କରାଯିବ ନାହିଁ। ସାଧାରଣ ଲୋକେ ଉତ୍ସବରେ ଉପସ୍ଥିତ ରହିବାକୁ ବାରଣ କରାଯାଇଛି । ଇ-ଇନଭାଇଟ ଜରିଆରେ ଆମନ୍ତ୍ରଣ ହୋଇଥିବା ୧୦ରୁ ୧୫ ଜଣ କୋଭିଡ୍ ଯୋଦ୍ଧା ଙ୍କୁ ମିଶାଇ ମାତ୍ର ୫୦ରୁ ୭୫ ଜଣ ଅତିଥି ଉପସ୍ଥିତ ରହିବେ। ବୃକ୍ଷରୋପଣ ସହ ଅନଲାଇନ ପ୍ରବନ୍ଧ ଲେଖନୀ କିମ୍ବା କୁଇଜ୍ ପ୍ରତିଯୋଗିତା ଆୟୋଜିତ ହେବ। ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଉକ୍ତ ସ୍ଥଳକୁ ଠିକ୍ ଭାବେ ବିଶୋଧନ କରାଯିବ। ସହ ପ୍ରବେଶ ପଥରେ ସାନିଟାଇଜର ଓ ସାମାଜିକ ଦୂରତା , ମାସ୍କ ପିନ୍ଧିବା ନିୟମ ପାଳନ କରାଯିବ।

Leave A Reply

Your email address will not be published.