ଆତ୍ମହତ୍ୟା ଉଦ୍ୟମ କରୁଥିବା ଅସହାୟ ମହିଳା ଓ ଶିଶୁ ଉଦ୍ଧାର

0 298

ଚୌଦ୍ବାର,୯/୧(ଏସଏସନିୟୁଜ)ଆଜି ଜଣେ ଅସହାୟ ମହିଳା ଓ ଶିଶୁ ଆତ୍ମହତ୍ୟା ଉଦ୍ୟେଶ ନେଇ କପାଳେଶ୍ବର ସ୍ଥିତ ଟ୍ରେନ ଲାଇନ ଜଙ୍ଗଲ ଭିତରେ ଶିଶୁପୁତ୍ର ଟିକୁ ଟ୍ରେନ ଲାଇନ ଧାରଣା ବସି କାନ୍ଦୁଥିବାର ଦେଖିବାକୁ ପାଇଥିଲେ ପାଖା ପାଖି ରହୁଥିବା ବାସିନ୍ଧା ! ଏହି ଖବର ଟିକୁ ଜଣେ ଭଦ୍ର ବ୍ୟକ୍ତି ଉଦ୍ଧାର ଫାଉଣ୍ଡେସନ ର କର୍ମକର୍ତ୍ତା ସଦସ୍ୟ ମୀନା ଚୌଧୁରୀ ଓ ସଭାପତି ନରୋତ୍ତମ ଦାସ ଙ୍କୁ ଜଣାଇଥିଲେ! ଶ୍ରୀଯୁକ୍ତ ଦାସ ସଦସ୍ୟା କିରଣବଳା ନାୟକ ଙ୍କୁ ନେଇ ଘଟଣା ସ୍ଥଳ ରେ ପଂହଁଚି ଥିଲେ, ଦେଖିଥିଲେ ଯେ ଅସହାୟ ମହିଳା ଜଣଙ୍କ କିରୋସିନି ଓ ଦିଆସିଲି ପାଖରେ ରଖି ମରିବା ର ଧମକ ଦେବା ସହ କାନ୍ଦୁଥିଲେ ସଂଗଠନ ର ସଦସ୍ୟ ତାଙ୍କୁ ବୁଝା ସୁଝା କରି ସାନ୍ତ୍ୱନା ଦେବା ସହ ତାର ପରିଚୟ ବୁଝିଥିଲେ ,

ସେ ତାଙ୍କର ପରିଚୟ ରେ କହିଥିଲେ ତାଙ୍କ ନା ନମିତା ସ୍ୱାଇଁ ପିତା ଧରଣୀଧର ପ୍ରଧାନ ଗାଁ ସଫା ସେ ବିବାହ କରିଥିଲେ ଚୌଦ୍ୱାର ଥାନା ଅଧୀନରେ ଘରୋଇ କଜିଆ ରୁ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ ବୋଲି ଅସହାୟ ମହିଳା ଜଣକ କହିଥିଲେ ସଂଗଠନ ର ଉପଦେଷ୍ଟା କିରଣ ବାଳା ନାୟକ ଅସହାୟ ମହିଳାଙ୍କୁ ଆତ୍ମହତ୍ୟା ନ କରିବାକୁ ଉପଦେଶ ଦେଇ ବୁଝାଇଥିଲେ ଓ ତୁରନ୍ତ ଚୌଦ୍ୱାର ଥାନା କୁ ଅବଗତ କରାଇ ପୋଲିସ ସହାୟତାରେ ଅସହାୟ ମହିଳା ଓ ଶିଶୁ କୁ ଥାନା କୁ ନିଆଯାଇଥିଲା !ଏହି ଉଦ୍ଧାର କାର୍ଯ୍ୟରେ ଫାଉଣ୍ଡେସନ ର ସଭାପତି ନରୋତ୍ତମ ଦାସ ସଦସ୍ୟ ଆଲୋକ ସିଂ, ସୌମ୍ୟ ରଞ୍ଜନ ଅମାନ୍ତ, ସରୋଜ ସାହୁ, ଶ୍ରୀକାନ୍ତ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ!

Leave A Reply

Your email address will not be published.